ନାରୀ ନିର୍ଯାତନା ବିରୋଧରେ ବିକ୍ଷୋଭ
ଆନନ୍ଦପୁର : ରାଜ୍ୟରେ ବିଜେପି ସରକାର ଆସିବା ପରେ ସାରା ରାଜ୍ୟରେ ନାରୀ ନିର୍ଯାତନା ଏବଂ ଛାତ୍ରୀ ଗଣ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ଆନନ୍ଦପୁର, ହାଟଡିହି, ଛେନାପଦୀ, ପତିତପାବନ, କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ମାନଙ୍କରେ ଯୁବ ବିଜେଡି ପକ୍ଷରୁ ଛାତ୍ର ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ବିଧାୟକ ଅଭିମନୁ୍ୟ ସେଠୀ ଆନେ୍ଦାଳନରେ ଭାଗ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ରାଜ୍ୟରେ ଛାତ୍ରୀ ମାନଙ୍କ ପ୍ରତି ଗଣ ଦୁଷ୍କର୍ମ ଏବଂ ମହିଳା ନିର୍ଯାତନା ଚରମ ସୀମାରେ ପହଞ୍ଚିଥିବା ବେଳେ ବିଜେପି ସରକାର ଉସôବ ମନାଇବାରେ ବ୍ୟସ୍ତ ବୋଲି କହିଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ପ୍ରାକ୍ତନ ଯୁବ ସଭାପତି ରାକେଶ କୁମାର ରାମ ଯୋଗଦେଇ ଗୋପାଳପୁରରେ ୧୦ ଜଣ ଜଣେ ଛାତ୍ରୀଙ୍କୁ ଗଣ କୁକର୍ମ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ହରିଚନ୍ଦନପୁର ବ୍ଳକରେ ତହିଁ ପରଦିନ ଜଣେ ଆଦିବାସୀ ଝିଅକୁ ଦୁଷ୍କର୍ମ କରି ବାଡ଼ିପଟେ ଥିବା ଗଛରେ ଟାଙ୍ଗି ଦେଇଥିବା ଘଟରାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।
ଧାମନଗର: ବୁଧବାର ଧାମନଗର ମହାବିଦ୍ୟାଳୟ ସମ୍ମୁଖରେ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ବିରୋଧରେ ବିକ୍ଷୋଭ କରାଯାଇଥିଲା । ଏହି ଅବସରରେ ଶତାଧିକ ଛାତ୍ର ଛାତ୍ରୀ ଫ୍ଲାଗ କାର୍ଡ ଧରି ପ୍ରତିବାଦ କରିବା ସହ କୁକର୍ମରେ ଶିକାର ହୋଇ ଥିବା ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଥିଲା
ତିହିଡି: ଗୋପାଳପୁରରେ ଛାତ୍ରୀ ଗଣଦୁଷ୍କର୍ମ ଏବଂ ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ବିରୁଦ୍ଧରେ ଦଳ ବଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଏପରି ଆନେ୍ଦାଳନ କରାଯାଇଥିଲା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପାଳିଆବିନ୍ଧା ଓ ତିହିଡ଼ି କଲେଜ ସମ୍ମୁଖରେ ବିଜୁ ଯୁବଛାତ୍ର ଜନତାଦଳ ପକ୍ଷରୁ ଆଜି ଆନେ୍ଦାଳନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିରୋଧି ନାନାଦି ନାରାବାଜି କରାଯିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ପାଳିଆବିନ୍ଧା ବିଏନଏମଏ କଲେଜ ସମ୍ମୁଖରେ ଅନୁଷ୍ଠିତ ଉକ୍ତ ଆନେ୍ଦାଳନରେ ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡା. ସଂଜୟ କୁମାର ଦାସ, ଜିଲା ପରିଷଦ ସଭ୍ୟା ବିଦୁ୍ୟତଲତା ନାୟକ ଓ ରୁଜାତା ପଣ୍ଡା, ସମିତିସଭ୍ୟ ଚିନ୍ତାମଣି ଦାସ, ଜୟପ୍ରକାଶ ମଳିକ ଓ ଜୀବନଜ୍ୟୋତି ପଲେଇ, ଧାମନଗର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୁଧନ୍ୱା ନାୟକ, ଗଣେଶ ପ୍ରସାଦ ବିଶ୍ୱାଳ, ଭରତ ସାହୁ, ନବକିଶୋର ମଲିକ ଓ ଛାତ୍ରନେତା ପରେଶ ଭୂୟାଁ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସେହିପରି ତିହିଡ଼ି କଲେଜ ସମ୍ମୁଖରେ ଛାତ୍ର ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି ।
ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିଜୁ ଯୁବ ଛାତ୍ର ଜନତା ଦଳ ଆନେ୍ଦାଳନ କରିଥିଲେ । ଛାତ୍ରଛାତ୍ରୀ ତଥା ବିଜୁ ଯୁବ ଜନତା ଦଳର ସମର୍ଥକ ଓ ନେତୃତ୍ୱ ମାନେ କଳା ବ୍ୟାଜପିନ୍ଧି ଆନେ୍ଦାଳନ ରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ଅପରାଧ ବୃଦ୍ଧି ପାଇବା ସହ ଦିନକୁ ଦିନ ଦୁଷ୍କର୍ମ ଘଟଣା ଗୁଡ଼ିକ ସାମ୍ନାକୁ ଆସିଛି ।