ଦୟନୀୟ ସ୍ଥିତିରେ ଜଳ ଯୋଗାଣ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରେ ତାତି ଏବେ ୪୦ ଡିଗ୍ରୀରୁ ଉଦ୍ଧ୍ୱର୍ରେ ରହିଛି । ଦିନ ଏଗାରରୁ ରାସ୍ତା ଘାଟ ସୁନ ଶାନ ଦେଖାଯାଉଛି । ବାହାରୁ ଆସୁଥିବା ବାଟୋଇଙ୍କ ପାଇଁ ରାସ୍ତା କଡ଼ରେ ପର୍ଯ୍ୟାପ୍ତ ଜଳ ଛତ୍ର ଖୋଲା ଯାଇନାହିଁ । ଜିଲ୍ଲା ପ୍ରଶାସନ କେବେଳ ଲୋକଙ୍କୁ ବାର୍ତ୍ତା ଦେଇ ଚୁପ·ପ ବସିରହି ଥିବା ଦେଖିବାକୁ ମୁଳିଛି । ଜଳଛତ୍ର କେବେଳ କାଗଜ କଲମରେ ସୀମିତ ରହିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ମୁ୍ୟନିସିପାଲିଟି, ଏନଏସି କିମ୍ବା ବ୍ରହ୍ମପୁର ମହାନଗର ନିଗମ ସବୁଠି ଏକା ଅବସ୍ଥା । ଅଧିକାଂଶ ଗ୍ରମାଞ୍ଚଳରେ ଅନେକ ସ୍ଥାନରେ କେଉଁଠି ନଳକୂଳ ଅଚଳ ତ କେଉଁଠି ଷ୍ଟାଣ୍ଡ ପୋଷ୍ଟରେ ପାଣି ଆସୁନାହିଁ । ଗଞ୍ଜାମ ଜିଲ୍ଲାରେ ଜଳ ସମସ୍ୟା ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ରହିଛି । ହେଲେ ନିର୍ବାଚିତ ପ୍ରତିନିଧିମାନେ ଥରେ ନିର୍ବାଚିତ ହୋଇ ଗଲେ ପୁଣି ଆସନ୍ତା ନିର୍ବାଚନକୁ ପାନୀୟ ଜଳ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିବା ଦେଖିବାକୁ ମିଳିଛି । ତାତି ବଢ଼ି ଥିବା ବେଳେ ଟାଟା ପାୱାର ମଧ୍ୟ ଦାଉ ସାଜୁଛି । ବିଲ ଆସିଲା ବେଳେ ସାଧାରଣ ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଉଛି । ଘରୋଇକରଣ ହାତକୁ ସରକାର ବିଦ୍ୟୁତ ଟେକି ଦେବା ଫଳରେ ଗରିବ ଲୋକୋମାନେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ପାଣି ସମସ୍ୟା ଉକ୍ରଟ ରୂପ ନେଲଣି । ଏବେ ଜଳ ଯୋଗାଣ ସ୍ଥିତି ଖୁବ୍ ଦୟନୀୟ ଅବସ୍ଥାରେ ଯାହା ଦେଖିବାକୁ ମିଳୁଛି । ଜଳଛତ୍ର ନାହିଁ କି ଟ୍ୟାଙ୍କ ଯୋଗେ ଜଳ ଯୋଗାଣ । ପାଣି ସମସ୍ୟାକୁ ନେଇ ଜନ ଅସନ୍ତୋଷ ତେଜୁଛି । ସମାଧାନ ଦାବି କରିଛନ୍ତି ଜନସାଧାରଣ । ସାମାନ୍ୟ ଜଳଛତ୍ରଟିଏ ବାଟୋଇ ଓ ପଥିକଙ୍କ ପାଇଁ ଖୋଲା ଯାଇପାରୁନି ପଶୁ ପାକ୍ଷୀଙ୍କ ଅବସ୍ଥା ନ କହିବା ଭଲ । ବୁଦ୍ଧିଜୀବୀ ଓ ସାଧାରଣରେ ପ୍ରଶାସନର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।