ମକର ମେଳାରେ ଝଲସୁଛି ମା’ ଧାମରାଈ ପୀଠ : ବ୍ରାହ୍ମଣ ବଦଳଲେ ପୂଜା କରନ୍ତି ଧୀବର ପରିବାର   

 ଚାନ୍ଦବାଲି: ମକର ମେଳା ସବୁ ସ୍ଥାନରେ ହୋଇ ଆସୁଥିବା ବେଳେ ମା ଧାମରାଈ ପୀଠରେ ମକର ମେଳା ଏକ ନିଆରା ପର୍ବରେ ସମସ୍ତେ ଜାଣନ୍ତି ।  କାରଣ ଏହି ପୀଠର ବ୍ରାହ୍ମଣ ପୂଜକଙ୍କ ବଦଳରେ କେବଳ କୈବର୍ତ୍ତ ପରିବାରର ବିଧବା ମହିଳା ମାନେ ପୂଜା ପାଠ କରିଥାନ୍ତି । ତେଣୁ ମା ଧାମରାଈ ପୀଠ ମକର ସଂକ୍ରାନ୍ତିରେ ହୋଇ ଥାଏ  ଚଳଚଞ୍ଚଳ । ଦୀର୍ଘ ୧୫ ଦିନ ଧରି ମା ଧାମରାଈ ପୀଠରେ ମକର ମେଳା ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖା ଯାଏ । ଯେଉଁଠି ଓଡ଼ିଶାର  ଭଦ୍ରକ ଜିଲ୍ଲା ବ୍ୟତିତ କେନ୍ଦ୍ରାପଡା, ଯାଜପୁର ଭଳି ବିଭିନ୍ନ ପଡୋଶୀ ଜିଲ୍ଲାର ଲୋକମାନଙ୍କ ଭିଡ଼ ଦେଖା ଦେଇଥାଏ । ଯାହା ମା'ଙ୍କ ଅପାର କରୁଣା ସମସ୍ତ ମାନସିକ ପୂରଣ ସହିତ ସମସ୍ତ ସମସ୍ୟାକୁ ଦୂର କରି ଥାଆନ୍ତି ବୋଲି କହିଥାନ୍ତି ଭକ୍ତମାନେ । ମା ଧାମରାଈ ହେଉଛନ୍ତି ଧାମରା ଅଞ୍ଚଳରେ ଆରାଧ୍ୟ ଦେବୀ । ଯେଉଁଠି ମା'ଙ୍କ ପୀଠରେ ବ୍ରାହ୍ମଣମାନେ ପୂଜାପାଠ ନ କରି କୈବର୍ତ୍ତ ପରିବାର ବିଧବା ମହିଳାମାନେ ମା'ଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ଥାଆନ୍ତି । ଏହି ମକର ମେଳା ଧାମରା ଅଞ୍ଚଳରେ ସାଧାରଣତଃ ବଡ଼ ପର୍ବ ଭାବେ ପରିଚିତ । ହଜାର ହଜାର ଭକ୍ତମାନଙ୍କର ଭାବାବେଗକୁ ଦେଖିଲେ  ଲାଗେ ବିଶ୍ୱାସ ରହିଛି ଏହି ଅଞ୍ଚଳରେ ମା ଧାମରାଈ ପୀଠରେ । ମା'ଙ୍କ ଅପାର କରୁଣା ଯେମିତି ଏହି ଅଞ୍ଚଳରେ ୮ଗୋଟି ପଞ୍ଚାୟତରେ ଲୋକଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିବା ଏହି ଅଞ୍ଚଳରେ ଲୋକେ କହିଥାନ୍ତି । ଏହି ମକର ମେଳାରେ ଦୀର୍ଘ ୧୫ ଦିନ ଲାଗି ରହିଥାଏ । ହଜାର ଭକ୍ତମାନଙ୍କର ଭିଡ଼କୁ ୧୦୦୦ରୁ ଉର୍ଦ୍ଧ୍ୱ ଦୋକାନ ବଜାର ଷ୍ଟଲ ପଡିଛି । ଯେଉଁଠି ଛୁଞ୍ଚି ଠାରୁ ଆରମ୍ଭ କରି ଝିଅ ବାହାଘର ପର୍ଯ୍ୟନ୍ତ ସମସ୍ତ ଜିନିଷ ପତ୍ର ଦେଖିବାକୁ ମିଳିଥାଏ । ଦର୍ଶକ ମଧ୍ୟ ଏହି ମକର ମେଳା ଉସôବରେ ଚାଟ୍, ଗୁପଚୁପ୍, ଆଇସକ୍ରିମ ଫାଷ୍ଟ ଫୁଡ୍ ଖାଦ୍ୟ ଖାଇବା ସହିତ ବଡ଼ ଚରିକିରେ ମଜା ଉଠାଇ ଥାନ୍ତି ।'ଙ୍କ ଆବିର୍ଭାବର କାହାଣୀ ଏଠି ନିଆରା । ମଇ ପ୍ରଥମେ  ସମୁଦ୍ର ଗର୍ଭରେ  ଜଣେ କୈବର୍ତ୍ତଙ୍କ ଜାଲରେ ପଡ଼ିଥିଲେ । ପରେ କନିକା ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲେ । କୈବର୍ତ୍ତ ପରିବାରର ବିଧବା ମହିଳାମାନେ ମା'ଙ୍କର ସେବାୟତ ଭାବେ ପୂଜାର୍ଚ୍ଚନା କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ସେବେ ଠାରୁ ପ୍ରାୟ ୨୦୦ ବର୍ଷରୁ ଅଧିକ ହେବ ପୂଜା ପାଉଛନ୍ତି ମା । ଧାମରାରେ ମତ୍ସ୍ୟ ପ୍ରତାସୟ ଥିବାରୁ ଯେତେ ବଡ଼ ବଡ଼ ବ୍ୟବସାୟୀମାନେ ଅଛନ୍ତି ଦୂର ସ୍ନାନକୁ ମାଛଧରା ପାଇଁ ଟ୍ରଲର, ବୋଟ୍ରେ ମାଛ ଧରିବାକୁ ଯାଉ ଥିଲା ବେଳେ ପ୍ରଥମେ ମା'କୁ ମୁଣ୍ଡିଆ ମାରି ଯାଇଥାଆନ୍ତି । ଏହି ଅଞ୍ଚଳରେ ମା ଆରାଧ୍ୟ ଦେବୀ ଭାବେ ପୂଜା ହୋଇ ଥିଲେ ବି ରାଜ୍ୟରେ ବିଭିନ୍ନ ଜିଲ୍ଲାର ଭକ୍ତମାନେ ଏକାଠି ହୋଇଥାନ୍ତି ଏହି ମକର ସଂକ୍ରାନ୍ତିରେ । ସବୁ ବନ୍ଧୁ ବର୍ଗଙ୍କ ଭେଟା ଭେଟି ସଭିଏଁ ଏହି ମେଳାରେ ଦେଖିବାକୁ ମିଳିଥାଏ ।