ବ୍ରାହ୍ମଣ ମହାସଂଘର ଧନୁ ପହିଲି ଭୋଗ ଆସର
ଆସିକା: ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ସାଙ୍ଗଠନିକ ବୈଠକ ଓ ଧନୁ ପହିଲି ଭୋଗ ପ୍ରସାଦ ସେବନ ସୁନାମ୍ୱ ସାହି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ସଭ୍ୟ ପଣ୍ଡିତ ସୁରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତା ରେ ସଭାପତି ଗଙ୍ଗାଧର ଶତପଥି ପ୍ରାରମ୍ଭିକ ସୂଚନା ଦେବା ସହ ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ବ୍ରାହ୍ମଣ ମାନେ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଓ ସବୁ କ୍ଷେତ୍ରରେ ଅବହେଳିତ ହୋଇ ପଡି ରହିଥିଲେ ମଧ୍ୟ ସମାଜର ମଙ୍ଗଳ ନିମନ୍ତେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ବିଶେଷ କରି ମନ୍ଦିର ପୂଜକ, ରୋଷୟା କାର୍ଯ୍ୟରେ ନିୟୋଜିତ ଓ କର୍ମକାଣ୍ଡ ରେ ନିୟୋଜିତ ବ୍ରାହ୍ମଣଙ୍କୁ ସରକାରୀ କ୍ଷେତ୍ରରେ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆସିକା ସହରାଞ୍ଚଳ ଓ ଆଖ ପାଖ ଗ୍ରାମରେ ସାଧାରଣ ଜନତା ସମେତ ବ୍ରାହ୍ମଣଙ୍କ ବାସ ଗୃହ ଓ ଚାଷ ଜମିର ପଟ୍ଟା ନଥିବାରୁ ନିଜର ଅସମୟରେ ବିକ୍ରୀ କିମ୍ବା ବ୍ୟାଙ୍କ୍ ଋଣ ପାଇବାରୁ ବଞ୍ଚିତ ହୋଇ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଭୂ ବନେ୍ଦାବସ୍ତ କରି ସ୍ଥାଇ ପଟ୍ଟା ଯୋଗାଇବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି । ଆସନ୍ତା ଏପ୍ରିଲ ମାସ ଅକ୍ଷୟ ତୃତୀୟା ତିଥିରେ ଗରିବ ବ୍ରାହ୍ମଣ ବାଳକଙ୍କ ସାମୁହିକ ବ୍ରତପୋନୟନ ଆୟୋଜନ କରିବାକୁ ନିଷ୍ପତ୍ତି କରାଯାଇଥିଲା । ବୈଠକରେ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ରଥ, ବନମାଳୀ ସାମନ୍ତରା, ନିରୋଜ ପାଢ଼ୀ,ପ୍ରତାପ ମିଶା,ପ୍ରସନ୍ନ ତ୍ରିପାଠୀ, ସରୋଜ ଦାସ,ନିରଞ୍ଜନ ପଣ୍ଡା,ଛବିଳ ମିଶ୍ର, ନାରାୟଣ ମୁନୀ,ସନ୍ତୋଷ ମିଶ୍ର,ସନ୍ତୋଷ ପାଣିଗ୍ରାହୀ,ଦିଲ୍ଲିପ ପାଣିଗ୍ରାହୀ, ସୁରେନ୍ଦ୍ର ଦାସ, ସୀତାରାମ ଦାସ, ମୃତଞ୍ଜୟ ଆଚାର୍ଯ୍ୟ,ଶକ୍ତି କର, ଅନିଲ ପାଣିଗ୍ରାହୀ ସମେତ ବହୁ ସଭ୍ୟ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।