ବ୍ଲକ କାର୍ଯ୍ୟାଳୟରେ ଅଧିକାରୀ ମନମୁଖୀ କାର୍ଯ୍ୟ

ନିଶ୍ଚିନ୍ତକୋଇଲି : ରାଜନୈତିକ ସ୍ତରରେ କୌଣସି ବ୍ୟକ୍ତି କିଛି ଆକ୍ରୋଶର ଶିକାର ହେଲେ କିମ୍ବା ନିଜର କୌଣସି କାମ ପାଇଁ ବ୍ଲକ ଅଫିସକୁ ଆସି କୌଣସି ଅଫିସରଙ୍କୁ ଦେଖା କରିବାକୁ ହେଲେ ତାହା ଏବେ ସମ୍ଭବ ହେଉନଥିବା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକରେ । ଗତ ଏପି୍ରଲ ୧୦ ତାରିଖ ଠାରୁ ବ୍ଲକ କାର୍ଯ୍ୟାଳୟ ସକାଳୁଆ ଅଫିସ ହୋଇ ଦିନ ୧୨ ଟା ବେଳେ ବନ୍ଦ୍ ହେଉଛି । ଏହାର ସୁଯୋଗ ନେଇ ବିଡିଓଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହୁନଥିବା ଦେଖିବାକୁ ମିଳିଛି । ଯାହାଫଳରେ ଦୂର ଦୂରନ୍ତାରୁ ନିଜ ନିଜର ସମସ୍ୟା ନେଇ ଆସୁଥିବା ବ୍ୟକ୍ତିବିଶେଷମାନେ ନିରାଶରେ ଫେରୁଛନ୍ତି । ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ କିଏ କେଉଁ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କ ମଧ୍ୟରୁ କିଏ କେଉଁ ଦିନ କାର୍ଯ୍ୟାଳୟରେ ରହିବ ଆଉ କିଏ କ୍ଷେତ୍ର ପରିଦର୍ଶନରେ ଯିବ ତାହା ସୂଚନା ଫଳକରେ ସୂଚିତ କରିବା କଥା । କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁମିଳୁଛି । ସୂଚନା ଫଳକ ଫାଙ୍କା ପଡୁଛି । ପୂର୍ବ ସରକାରରୁ କାର୍ଯ୍ୟାଳୟକୁ ଆସୁଥିବା ଓ କାର୍ଯ୍ୟାଳୟକୁ ପରିତ୍ୟାଗ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ସମୟରେ ସମନ୍ୱୟ ରଖିବା ପାଇଁ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ବାୟୋମେଟି୍ରକ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଫଳରେ କେଉଁ ଅଧିକାରୀ ଓ କର୍ମଚାରୀ କେତେବେଳେ କାର୍ଯ୍ୟାଳୟକୁ ଆସିଲେ ଓ କେତେବେଳେ କାର୍ଯ୍ୟାଳୟ ପରିତ୍ୟାଗ କଲେ ତାହା ଜଣାପଡିଥାଆନ୍ତା । ହେଲେ ଏଠାରେ ବାୟୋମେଟି୍ରକର ବ୍ୟବସ୍ଥା କରାଯାଇନାହିଁ । ଯାହାଫଳରେ ମନଇଚ୍ଛା ଅଧିକାରୀ ଓ କର୍ମଚାରୀମାନେ ଆସୁଥିବା ଓ ଯାଉଥିବା  ସାଧାରଣରେ ଦେଖିବାକୁ ମିଳୁଛି । ଏଥିରେ ସୁଧାର ଆଣିବା ପାଇଁ କଟକ ଜିଲ୍ଲାପାଳ ଓ ପଞ୍ଚାୟତରାଜ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି ।