ବ୍ଲକ୍ ବିଜେଡି ସଭାପତି ହେଲେ ତପନ

 ବଡ଼ସାହି : ରାଜ୍ୟ ବିଜେଡି ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ ଏବେ ବ୍ଲକ୍ସ୍ତରୀୟ ସଂଗଠନକୁ ସଜାଡ଼ିବା ଆରମ୍ଭ କରିଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ସଭାପତି ମନୋନୟନ କରାଯାଇ ସେମାନଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବଡ଼ସାହି ବ୍ଲକ୍ ବିଜେଡି ସଭାପତି ଭାବେ ପୂର୍ବରୁ ଥିବା ଇଂ ତପନ କୁମାର ପତି ପୁନଃ ମନୋନୀତ ହୋଇଥିବା ଜଣାଯାଇଛି । ଏଥିପାଇଁ ସ୍ଥାନୀୟ ଦଳୀୟ ନେତୃମଣ୍ଡଳୀ ସମେତ ଦଳର ଶୁଭେଚ୍ଛୁଙ୍କ ନୂତନ ସଭାପତିଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟି ଚାଲିଛି । ତାଙ୍କୁ ପୁନଃ ମନୋନୀତ କରାଯାଇଥିବାରୁ ସେ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ବିଜେଡି ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।