ବ୍ୟାଡ୍ମିଣ୍ଟନ୍ ସମର କ୍ୟାମ୍ପ୍ ଉଦ୍ୟାପିତ 

 ଫୁଲବାଣୀ: ଫୁଲବାଣୀ କନ୍ଧମାଳ ଷ୍ଟାଡିଅମର ଇନଡୋର ହଲ୍ରେ ୧୬ଦିନ ଧରି ଚାଲିଥିବା   ବ୍ୟାଡ୍ମିଣ୍ଟନ ସମର କ୍ୟାମ୍ପ୍ ଉଦ୍ୟାପିତ ହୋଇଛି । ଗତ ଏପ୍ରିଲ ୨୫ରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ୍ରେ ୮ ବର୍ଷରୁ ୧୬ ବର୍ଷ ବର୍ଗର ସମୁଦାୟ ୪୫ ଜଣ ବାଳକବାଳିକା ଭାଗ ନେଇଥିଲେ । ଆଜି ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ, କନ୍ଧମାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ କ୍ରୀଡା ନିହାତି ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ କନ୍ଧମାଳ ଜିଲ୍ଲା ବ୍ୟାଡ୍ମିଣ୍ଟନ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପାତ୍ର ଯୋଗ ଦେଇ ଖେଳାଳିଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ବ୍ୟାଡ୍ମିଣ୍ଟନ୍ ଖେଳାଳି ତଥା ସାମ୍ବାଦିକ ପ୍ରଶାନ୍ତ ବେହେରା କ୍ରୀଡ଼ା ପରିଚାଳନା କରିଥିଲେ । ଶେଷରେ ଚାମ୍ପିଅନ ଓ ରନର୍ସଅପ୍ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।  ଏହି ଉଭୟ ବ୍ୟାଚ୍ର ପ୍ରଶିକ୍ଷଣ ଶିବିରରେ ଫୁଲବାଣୀ ଇନଡୋର ଷ୍ଟାଡିୟମ୍ର ବ୍ୟାଡ୍ ମିଣ୍ଟନ୍ ପ୍ରଶିକ୍ଷକ ଅସୀମ କୁମାର ନାୟକ ପ୍ରଶିକ୍ଷଣ ଦେଇଥିଲେ ।