ବ୍ୟାପାର ଯୁଦ୍ଧର ଦୀର୍ଘ ଇତିହାସ
ଗୋପାଳ ମହାପାତ୍ର : ଆମେରିକାର ରାଷ୍ଟ୍ରପତି ଭାବେ ଡ଼ୋନାଲଡ଼ ଟ୍ରମ୍ପ ଦାୟିତ୍ୱ ନେବା ପରେ ଏବେ ଟ୍ରେଡ୍ଓ୍ୟାର ବା ବ୍ୟାପାର ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ଟ୍ରମ୍ପଙ୍କ ଏଭଳି ପଦକ୍ଷେପକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଟ୍ରମ୍ପ ଯେ କେବଳ ଏଭଳି ଟ୍ରେଡ଼ଓ୍ୟାର ଏବେ ଆରମ୍ଭ କରିଛନ୍ତି ତା ନୁହେଁ ଏହାର ଇତିହାସ ମଧ୍ୟ ଲମ୍ବା । ବ୍ୟାପାର ଯୁଦ୍ଧ ବିଶ୍ୱସ୍ତରୀୟ ଆର୍ଥôକ ଗତିଶୀଳତାକୁ ଏକ ମହତ୍ୱପୁର୍ଣ୍ଣ ଆକାର ଦେଇଥିଲା । ଯାହା ଇତିହାସରୁ ସ୍ପଷ୍ଟ । ଏଭଳି ବିବାଦ ସେତିକିବେଳେ ଆରମ୍ଭ ହୋଇଥାଏ ଯେତେବେଳେ ରାଷ୍ଟ୍ର ଘରୋଇ ଉଦ୍ୟୋଗର ରକ୍ଷା ପାଇଁ ଟାରିଫ, କୋଟା ବା ଅନ୍ୟ ବ୍ୟାପାର ଅବରୋଧ ଲଗାଇଥାନ୍ତି ଯାହା ପ୍ରକୃତପକ୍ଷେ ଅନ୍ୟ ରାଷ୍ଟ୍ରଙ୍କୁ ପ୍ରତିବାଦ, ପ୍ରତିରୋଧ ଏପରିକି ସମକାଳୀନ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ କରିଥାଏ । ଟ୍ରେଡ଼ଓ୍ୟାର ବିଶ୍ୱସ୍ତରୀୟ ବାଣିଜ୍ୟ ବ୍ୟବସାୟକୁ ବାଧିତ କରିଥାଏ, ଭୂରାଜନୈତିକ ଅସ୍ଥିରତା ସୃଷ୍ଟି କରିଥାଏ । ଦେଶ ଦେଶ ମଧ୍ୟରେ ତିକ୍ତତା ବଢିଥାଏ ଏପରିକି ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ଏଣୁ ଟ୍ରେଡ଼ଓ୍ୟାର କେବଳ ଯେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଆର୍ଥôକ ନୀତିର ବିକଳ୍ପକୁ ପ୍ରଭାବିତ କରିଥାଏ ତା ନୁହେଁ ବରଂ ଆମଦାନିର ରଣନୀତିକ ବିକଳ୍ପକୁ ମଧ୍ୟ ପ୍ରଭାବିତ କରିଥାଏ । ଆର୍ଥôକ ଅତି ରାଷ୍ଟ୍ରବାଦ ସାରା ଦୁନିଆରେ ଦକ୍ଷିଣପନ୍ଥୀ ଲୋକ- ଲୁଭାବନବାଦର ଉଦୟ କାରଣରୁ ପ୍ରକଟିତ ହୋଇଥାଏ । ଆମେରିକାରେ ଏବେ ସେପରି ଘଟୁଛି । ଆମେରିକା ପୁଣି ନିଜ୍କୁ ମହାନ ଭାବେ ଉପସ୍ଥାପିତ କରିବା ପାଇଁ ଚାହୁଁଛି ଏବଂ ୟୁରୋପରେ ଅପ୍ରବାସୀ ସଂଖ୍ୟା ବୃଦ୍ଧିକୁ ନେଇ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ଏହା ପଛରେ ଏକ ଆର୍ଥôକ ଉପ-ସ୍ତର ରହିଛି ଯାହା ସ୍ପଷ୍ଟ ପରିଲକ୍ଷିତ ହେଉଛି । ବ୍ୟାପାର ସଂଘର୍ଷ ଏହାର କେନ୍ଦ୍ରବିନ୍ଦୁ ପାଲଟିଛି ଓ ବୈଶ୍ୱିକ ନୀତି ପ୍ରସଙ୍ଗର ଆଲୋଚନାରେ ସର୍ବାଗ୍ରେ ରହିଛି ।
ଆଜିର ପରସ୍ପର ସହ ଜଡ଼ିତ ଅର୍ଥବ୍ୟବସ୍ଥାର ଜଟିଳତାକୁ ବୁଝିବା ପାଇଁ ତାର ଐତିହାସିକ ପ୍ରଭାବ ଏବଂ ସମକାଳୀନ ନିହିତାର୍ଥକୁ ବୁଝିବାର ଆବଶ୍ୟକତା ରହିଛି । ପ୍ରାରମ୍ଭିକ ବ୍ୟାପାର ଯୁଦ୍ଧ ଇଷ୍ଟ ଇଣ୍ଡିଆ କମ୍ପାନୀ ଠାରୁ ଆରମ୍ଭ ହୋଇଥିଲା ଓ ଉପନିବେଶର ବିସ୍ତାର ହୋଇଥିଲା । ଶହଶହ ବର୍ଷ ପୁର୍ବେ ଇଷ୍ଟଇଣ୍ଡିଆ କମ୍ପାନୀ ବ୍ୟାପାର ଯୁଦ୍ଧର କେନ୍ଦ୍ରରେ ଥିଲା । ୧୬୦୦ ଶତାବ୍ଦୀରେ ସ୍ଥାପିତ ଇଷ୍ଟଇଣ୍ଡିଆ କମ୍ପାନୀ ବ୍ରିଟେନ ଏବଂ ଇଷ୍ଟ ଇଣ୍ଡିଜ୍ ମଧ୍ୟରେ ବ୍ୟାପାରକୁ ଗୁରୁତ୍ୱ ଦେଇଥିଲା । ଚାହା ପତି, ମସଲା, ବସ୍ତ୍ର ଏବଂ ଅଫିମ ଭଳି ବସ୍ତୁକୁ ଏହି କମ୍ପାନୀ ନିୟନ୍ତ୍ରିତ କଲା । ୧୮ଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା କେବଳ ବାଣିଜ୍ୟ ବ୍ୟବସାୟ କରୁଥିଲା ଓ ଭାରତରେ ବ୍ରିଟିଶ ଉପନିବେଶ ଶାସନର ମୂଳଦୁଆ ରଖିଥିଲା । କମ୍ପାନୀର ଆକ୍ରାମକ ବ୍ୟବସାୟିକ ରଣନୀତି ଭାରତୀୟ ବଜାରରେ ନିଜର ପ୍ରଭୁତ୍ୱକୁ ସୁରକ୍ଷିତ କରିବା ପାଇଁ ଏବଂ ଭାରତୀୟ ବଜାରକୁ ନିୟନ୍ତ୍ରିତ କରିବା ପାଇଁ ଡ଼ଚ ଏବଂ ପର୍ତ୍ତୁଗାଲର ବ୍ୟବସାୟୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଥିଲା । ଏହି ଉପନିବେଶିକ ବ୍ୟାପାରଯୁଦ୍ଧ କାରଣରୁ ସ୍ଥାନୀୟ (ଭାରତୀୟ) ଅର୍ଥବ୍ୟବସ୍ଥାକୁ ବହୁମୂଲ୍ୟ ଦେବାକୁ ପଡିଥିଲା । କାରଣ ସାମ୍ରାଜ୍ୟବାଦୀଙ୍କ ବିନିର୍ମାଣ ବୁନିଆଦୀ ଢାଞ୍ଚାର ମୂଳଥିଲା ଉପନିବେଶ ନୀତି ଓ ଏହା ସ୍ୱଦେଶୀ ଉଦ୍ୟୋଗକୁ ଚପାଇ ଦେଇଥିଲା । ଇଷ୍ଟଇଣ୍ଡିଆ କମ୍ପାନୀର ଏଭଳି ନୀତି କାରଣରୁ ସ୍ୱଦେଶୀ ଉଦ୍ୟୋଗମାନେ ଆର୍ଥୀକ ଅବ୍ୟବସ୍ଥା ଦେଇ ଗତି କରୁଥିଲେ ଯାହା ପରବର୍ତ୍ତୀ ସମୟରେ ଇଷ୍ଟଇଣ୍ଡିଆ କମ୍ପାନୀ ଓ ବ୍ରିଟିଶ ବିରୁଦ୍ଧରେ ଅସନ୍ତୋଷ ଓ ବିଦ୍ରୋହର କାରଣ ପାଲଟିଥିଲା । ଆଗ୍ଲୋଂଫାଇଲ ଇତିହାସକାରମାନେ ଏହାକୁ ୧୮୫୭ ବିଦ୍ରୋହର ଅନ୍ୟତମ କାରଣ ବୋଲି ବର୍ଣ୍ଣନା କରିଛନ୍ତି । ୧୯ଶ ଶତାବ୍ଦୀର ଅଫିମ ଯୁଦ୍ଧ ଏସବୁ କଥାର ଏକ ଉଦାହରଣ ବୋଲି କୁହାଯାଇପାରେ । ଏହି ବ୍ୟାପାର ଯୁଦ୍ଧ ସୈନ୍ୟ ସଂଘର୍ଷରେ ପରିଣତ ହୋଇଥିଲା । ସେ ସମୟରେ ଚୀନର ବ୍ୟାପାର ନୀତି ଚା ଏବଂ ରେଷମ ରପ୍ତାନିକୁ ଗୁରୁତ୍ୱ ଦେଉଥିଲା ଯଦିଓ ଆମଦାନି ସୀମିତ ଥିଲା । ଏହି ଅସନ୍ତୁଳନକୁ ଦୁର କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଫିମ ଚୋରାଚାଲାଣ ଆରମ୍ଭ କରିଥିଲେ । ଭାରତରୁ ଚୀନକୁ ଅଫିମ ଚାଲାଣ କରାଗଲା । ଏହା ବ୍ୟାପକ ଆର୍ଥôକ ଅବ୍ୟବସ୍ଥା ସୃଷ୍ଟି କରିଥିଲା । ଚୀନର କିଙ୍ଗ ରାଜବଂଶ ଏହି ଅଫିମ ବ୍ୟାପାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ପ୍ରତିଜବାବରେ ବ୍ରିଟେନ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଚୀନ ରାଜବଂଶ ବିରୁଦ୍ଧରେ ୧୮୩୯ ରୁ ୧୮୪୨ ଓ ୧୮୫୬ ରୁ ୧୮୬୦ ପର୍ଯ୍ୟନ୍ତ ଅଫିମ ଯୁଦ୍ଧ ଚାଲିଥିଲା । ଏହି ସଂଘର୍ଷ ପରେ ଚୀନ ବ୍ରିଟିଶ ବ୍ୟବସାୟୀଙ୍କୁ ଚୀନରେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଅନୁମତି ଦେବା ସହ ହଂକଂକୁ ବ୍ରିଟିଶ ଶାସକଙ୍କୁ ସମର୍ପଣ କରି ନିଜର ଅର୍ଥବ୍ୟବସ୍ଥା ଉପରେ ବିଦେଶୀ ପ୍ରଭାବକୁ ସ୍ୱୀକାର କରିବା ପାଇଁ ବାଧ୍ୟ ହୋଇଥିଲେ । ୧୯ଶ ଶତାବ୍ଦୀ ଶେଷ ଏବଂ ବିଂଶ ଶତାବ୍ଦୀ ପ୍ରାରମ୍ଭ ପର୍ଯ୍ୟନ୍ତ ବ୍ୟବସାୟିକ ସଂଘର୍ଷ ଉପନୈବେଶିକ ପ୍ରତିଦ୍ୱନ୍ଦ୍ୱିତାରୁ ହଟିଯାଇ ଆର୍ଥôକ ବର୍ଚ୍ଚସ୍ୱ ପାଇଁ େଔଦ୍ୟୋଗିକ ଶକ୍ତିରେ ପରିବର୍ତ୍ତିତ ହୋଇଯାଇଥିଲା । ଗିଲଡ଼େଡ଼ଏଜ (୧୮୭୦-୧୯୦୦)ରେ ସଂଯୁକ୍ତ ରାଜ୍ୟ ଆମେରିକା ତାର ଘରୋଇ ଉଦ୍ୟୋଗକୁ ୟୁରୋପୀୟ ଉଦ୍ୟୋଗଙ୍କ ଠାରୁ ବଞ୍ଚାଇବା ପାଇଁ ସଂରକ୍ଷଣବାଦୀ ନୀତିକୁ ଆପଣେଇ ନେଲା । ଆମେରିକାର ଏହି ନୀତି କାରଣରୁ ଜନ ଡି ରକଫେଲର ଏବଂ ଆଣ୍ଡୁ୍ୟ କାନେଗିଙ୍କ ଭଳି ଉଦ୍ୟୋଗପତିଙ୍କୁ ଏହାର ଲାଭ ମିଳିଥିଲା । ଆମେରିକାର ନୀତିକୁ ବିରୋଧ କରି ୟୁରୋପୀୟ ଦେଶମାନେ ପଦକ୍ଷେପ ସ୍ୱରୂପ ଯେଉଁ ଟାରିଫ ନିର୍ଦ୍ଦାରଣ କଲେ ତାହା ଅନ୍ତର୍ଜାତୀୟ ବ୍ୟାପାରକୁ ଧିମା କରିଦେଇଥିଲା ଓ ଆର୍ଥôକ ଅସ୍ଥିରତା ବୃଦ୍ଧି ପାଇଥିଲା । ପରିଣାମ ସ୍ୱରୂପ ଆର୍ଥôକ ମାନ୍ଦାବସ୍ଥା ଦେଖା ଦେଇଥିଲା ଓ ସଂରକ୍ଷଣବାଦ ଭଳି ବ୍ୟବସ୍ଥାର ସୃଷ୍ଟି ହୋଇଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମିଳିତ ସହଯୋଗ ମୂଳକ ବିଶ୍ୱସ୍ତରୀୟ ବ୍ୟାପାର ଢାଞ୍ଚାର ମାର୍ଗ ପ୍ରଶସ୍ତ ହୋଇଥିଲା ।ଏକବିଶଂ ଶତାବ୍ଦୀରେ ବ୍ୟାପାର ଯୁଦ୍ଧ ଆର୍ଥôକ କୂଟନୀତିର ଏକ ପ୍ରକ୍ରିୟା ଭାବେ ଉଭା ହୋଇଛି । ଆମେରିକା- ଚୀନ ବ୍ୟାପାର ସଂଘର୍ଷ ଏହାର ଉଦାହରଣ । ୨୦୧୮ ମସିହାରେ ଟ୍ରମ୍ପ ପ୍ରଶାସନ ଏହି ଯୁଦ୍ଧ ଆରମ୍ଭ କରିଥିଲା । ଏବେ ବ୍ୟବସାୟିକ ଅସନ୍ତୁଳନ, ବୌଦ୍ଧିକ ସମ୍ପଦର ଚୋରି ଏବଂ ରାଷ୍ଟ୍ରୀୟ ସୁରକ୍ଷା ଚିନ୍ତାର କଥା କହି ଆମେରିକା ଚୀନରୁ ଆମଦାନି ହେଉଥିବା ବସ୍ତୁ ଉପରେ ଟାରିଫ ଲଗାଇଛି । ଚୀନ ମଧ୍ୟ ପ୍ରତି ଜବାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟ୍ରମ୍ପ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହି ବ୍ୟାପାର ଯୁଦ୍ଧର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି ଯାହାଙ୍କୁ ଟ୍ରେଡ଼ଓ୍ୟାର-୨ କୁହାଯାଉଛି । ଏହା ଏବେ ବୈଶ୍ୱିକ ବ୍ୟାପାର ଗତିଶୀଳତାକୁ ନୂଆ ରୂପ ଦେଇଛି ଯେଉଁଥିପାଇଁ ଭାରତ ପାଇଁ ଅବସର ଏବଂ ଚାଲେଞ୍ଜ ଉଭୟ ଦେଖାଦେଇଛି । ଭାରତ-ଆମେରିକା ମତ ୨୦୨୪-୨୫ ଆର୍ଥôକ ବର୍ଷର ଅଧିକ ବ୍ୟବସାୟ ବଢିଛି । ପରିବର୍ତ୍ତିତ ବ୍ୟାପାର ପରିଦୃଶ୍ୟରେ ଭାରତ ନିଜକୁ ଅଧିକ ସକ୍ଷମ କରିବା ସହ ସଂରଚନାତ୍ମକ ସୁଧାରକୁ ଲାଗୁ କରିବା ଆବଶ୍ୟକ ।
ରାମଚନ୍ଦ୍ରପୁର, ରଣପୁର
ମୋ: ୯୪୩୮୪୮୫୦୯୪