ବ୍ୟାସ ପ୍ରିଣ୍ଟମିଡ଼ିଆ କର୍ମକର୍ତ୍ତା ନିର୍ବାଚନ; ଶରତ ସଭାପତି, ଚିନ୍ତାମଣି ସଂପାଦକ


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଅଗ୍ରଣୀ ସାମ୍ବାଦିକ ସଂଘ ବ୍ୟାସ ପ୍ରିଣ୍ଟ ମିଡିଆର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଉମାପଦା ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୨୦୨୪-୨୦୨୫ବର୍ଷ ପାଇଁ ସଂଘର ବାର୍ଷିକ ବିବିଧ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ଉପଦେଷ୍ଠା ହାରାଧନ ବାନାର୍ଜୀ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ୨ବର୍ଷ ପାଇଁ ସଭାପତି ଭାବେ ଶରତ ପଥାଳ, ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ସଭାପତି ଭାବେ ପ୍ରଦୁ୍ୟମ୍ନ ବୋଇତାଇ, ଯଜ୍ଞଦତ ତ୍ରିପାଠୀ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ସହ ସମ୍ପାଦକ ଭାବେ ଭରତ ରାଉତ, କୈଳାଶ ରାଉତ ମନୋନିତ ହୋଇଛନ୍ତି । ଉପଦେଷ୍ଠା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ବାବୁରାମ ଜେନା, ଉଦୟନାଥ ଖଣ୍ଡାଇ ରହିଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବିଜୟ କୁମାର ସାହୁ, ପବିତ୍ର ରଞ୍ଜନ ମହାନ୍ତି, ସୁଦୀପ କୁମାର ମିଶ୍ର, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର ଓ ବିଶ୍ୱରଞ୍ଜନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି କ୍ଷ ଆସନ୍ତା ମାସରେ ସଂଘର ବାର୍ଷିକ ଉତ୍ସବ ସହିତ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନ କରାଯାଇଥିଲା । ସାମ୍ବାଦିକତା ସହିତ ସହରର ବିକାଶରେ ଗଣମାଧ୍ୟମ ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ବ୍ୟାସ ପ୍ରିଣ୍ଟ ମିଡିଆର ସମସ୍ତ ସଦସ୍ୟ ଏଥିପ୍ରତି ଯନôବାନ ହେବାକୁ ବୈଠକରେ ନିଷ୍ପତି ହୋଇଥିଲା । ଶେଷରେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।