ବଡ଼ପୋଡ଼ାଗୁଡ଼ା-ମହାଜନଗୁଡା ରାସ୍ତା ଶୋଚନୀୟ

କୋକସରା : ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା କୋକସରା ବ୍ଲକର ବଡପୋଡାଗୁଡା, ମହାଜନଗୁଡା ରାସ୍ତା ମରାମତି ଅଭାବ କାରଣରୁ ଅନେକ ଦିନ ହେଲା ଶୋଚନୀୟ ହୋଇପଡିଛି । ଫଳରେ ଯାତାୟାତରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଡପୋଡାଗୁଡା ଠାରୁ ମହାଜନଗୁଡାକୁ ସଂଯୋଗ କରୁଥିବା ପ୍ରାୟ ୪.କିମି ଏହି ରାସ୍ତାକୁ କିଛି ବର୍ଷତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିଲା । ଏବଂ ନିର୍ମାଣ ପରେ ୫ବର୍ଷର ରକ୍ଷଣାବେକ୍ଷଣ ଅବଧି ମଧ୍ୟ ସରିଛି । ହେଲେ ଅନେକ ଦିନ ହେଲା ମରାମତି ଅଭାବ କାରଣରୁ ଏହି  ରାସ୍ତା ଶୋଚନୀୟ ହୋଇପଡ଼ିଛି । ବର୍ତ୍ତମାନ ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ରାସ୍ତାରେ ପାଣି ଜମି ରହୁଛି ।  ରାସ୍ତାଟି ୨୬ ନମ୍ବର ଜାତୀୟ ରାଜପଥରୁ ବିଜୁ ଏକ୍ସପ୍ରେସୱେକୁ ସଂଯୋଗ ରହିଥିବାରୁ ପ୍ରତିଦିନ ଏହି ରାସ୍ତାରେ ଶହଶହ ଗାଡ଼ି ମୋଟର ସହ ଅଞ୍ଚଳବାସୀ ନିର୍ଭରଶୀଳ । ତେଣୁ ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ବଡପୋଡାଗୁଡା, ମହାଜନଗୁଡା, ରଏନଗୁଡା, ତଲାଗାଁ ସମେତ ଆଖପାଖ ଗାଁ ଗୁଡ଼ିକର ଲୋକେ ଦାବି କରିଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ପଚାରିବାରୁ ରାସ୍ତା ମରାମତି ଦିଗରେ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ।