ଧର୍ମଶାଳା ବ୍ଲକର ଭିତିରି ସତ୍ୟ ଶୌଚାଳୟ ଓ ପାଣି ଟ୍ୟାପ୍ ଅଚଳ 


ାା ପ୍ରଭାନୁ୍ୟଜ ।ା ଧର୍ମଶାଳା,: ଧର୍ମଶାଳାକୁ ବିକାଶର ଉଦାହରଣ ଭାବେ ନିଆଯାଏ । ଧର୍ମଶାଳାରେ ଯାହା ବିକାଶ ହୋଇଛି, ରାଜ୍ୟର କୌଣସି ବ୍ଲକ ଅଞ୍ଚଳରେ ହୋଇନି ବୋଲି କୁହାଯାଏ । ସେଥିପାଇଁ ବିଗତ ଦିନରେ ବିଭିନ୍ନ ଜିଲାରୁ ପଞ୍ଚାୟତ ପ୍ରତିନିଧି ଧର୍ମଶାଳାକୁ ଗସ୍ତ କରି ବିକାଶର ଚିତ୍ର ଦେଖିବାକୁ ଆସିଛନ୍ତି । ହେଲେ ସତରେ କ’ଣ ଧର୍ମଶାଳା ଅନ୍ୟ ବ୍ଲକ ଠାରୁ ବିକାଶରେ ଏକ ନମ୍ବର ଏଭଳି ପ୍ରଶ୍ନ ଧର୍ମଶାଳା ବ୍ଲକ କାର୍ଯାଳୟକୁ ବିଭିନ୍ନ କାମକାର୍ଯ୍ୟ ପାଇଁ ପଞ୍ଚାୟତରୁ ଆସୁଥିବା ଜନତାଙ୍କ ମନକୁ ଆସିବାରେ ଲାଗିଛି । ୪୫ ପଞ୍ଚାୟତକୁ ପରିଚାଳିତ କରୁଥିବା ବ୍ଲକ କାର୍ଯ୍ୟାଳୟ ଭିତରେ ଅଚଳ ହୋଇପଡ଼ିଥିବା ଶୌଚାଳୟ ଏବଂ ପାନୀୟ ଜଳ ଟ୍ୟାପ୍କୁ ଦେଖିଲେ କେହିବି ଜନତାଙ୍କ ମନକୁ ଆସୁଥିବା ପ୍ରଶ୍ନକୁ ଏଡ଼ାଇ ଯିବନି । ଧର୍ମଶାଳା ବ୍ଲକର ଭିତିରି ସତ୍ୟ ହେଲା, ଦୀର୍ଘବର୍ଷ ଧରି ଶୌଚାଳୟଟି ଅଚଳ ହୋଇପଡ଼ିଥିବା ବେଳେ ପାଣି ଟ୍ୟାପଟି ମଧ୍ୟ ସମାନ ଭାବେ ଅଚଳ ହୋଇପଡ଼ିଛି । ପରିବେଶକୁ ସ୍ୱଚ୍ଛତା ରଖିବା ପାଇଁ ସରକାର ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଯେଉଁ ସ୍ୱଚ୍ଛ ଭାରତ ଅଭିଯାନକୁ ବ୍ଲକ ପ୍ରଶାସନ ହିଁ ସଂଚାଳିତ କରୁଛି । ହେଲେ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଶୈାଚାଳୟଟି ଅବ୍ୟବସ୍ଥିତ ଭାବେ ପଡ଼ିଛି । ଯୋଉଠିକି କେହିବି ଯାଇ ଶୈାଚ ହେବାକୁ ଯିବାକୁ ରାଜି ହୁଅନ୍ତିନି । ଖୋଲା ମେଲାକୁ ପାଣି ଯୋଗାଣ ବନ୍ଦ ଶୈାଚାଳୟ ପରିବେଶକୁ ଦୁର୍ଗନ୍ଧମୟ କରିଛି । ଫଳରେ କାର୍ଯ୍ୟାଳୟକୁ ଆସୁଥିବା କେହି ବାହାରେ ପରିଶ୍ରା କରିବାକୁ ବାଧ୍ୟ ହେଉଛନ୍ତି । ବିଶେଷ କରି ମହିଳା ମାନେ ଏକ୍ଷେତ୍ରରେ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । କାର୍ଯ୍ୟାଳୟ ପରିସରରେ ଥିବା ପାଣି ଟ୍ୟାପଟି ମଧ୍ୟ ଅଚଳ ହୋଇପଡ଼ିଛି । କାର୍ଯ୍ୟାଳୟକୁ ଆସୁଥିବା ଜନତାଙ୍କ ବ୍ୟବହାର ନିମନ୍ତେ ନିର୍ମିତ ହୋଇଥିବା ପାଣି ଯୋଗାଣ ବ୍ୟବସ୍ଥାଟି ବର୍ଷଧରି ଅଚଳ ହୋଇପଡ଼ିଥିଲେ ହେଁ ଏଥିପ୍ରତି କାହାର ନିଘା ନାହିଁ । ଟ୍ୟାପ ଲାଗିଛି ହେଲେ ପାଣି ଆସୁନି । ବ୍ଲକ କାର୍ଯ୍ୟାଳୟ ଭିତରର ଏ ଅବ୍ୟବସ୍ଥା ସଂପର୍କରେ ଯେ ଅଧ୍ୟକ୍ଷ କି ବିଡ଼ିଓ ଅବଗତ ନୁହଁନ୍ତି, ତାହା କହିବା ବାହୂଲ୍ୟ ହେବ । ସବୁ ଜାଣିଥିଲେ ବି ଶୈାଚାଳୟ କି ପାଣି ଯୋଗାଣ ଦିଗରେ କୈାଣସି ପଦକ୍ଷେପ ନେବାକୁ ଉଚିତ ମଣୁ ନାହାନ୍ତି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି । ବିଧାୟକ ଏଦିଗରେ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।