ସୁଜନପୁର-କାକୁଡିକୁଦ ଗ୍ରାମ୍ୟ ଉନ୍ନୟନ ରାସ୍ତା: ବିଧାୟକଙ୍କ ତାଗିଦ ପରେ ପଡିଲା ଡଷ୍ଟ

 ବ୍ରହ୍ମବରଦା: ଶେଷରେ ଦୀର୍ଘ ଦିନ ଧରି ଖଣ୍ଡିଆ ଖାବରା ହୋଇ ପଡିଥିବା ସୁଜନପୁର-କାକୁଡିକୁଦ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ପଡିଛି ଡଷ୍ଟ, ଚାଲିଲା ମୋ ବସ । ସଫଳ ହେଲା ଗ୍ରାମବାସୀଙ୍କ ଅଭିଯୋଗ । 
ଉପକୃତ ହେଲେ ଲୋକେ । ସୁଚନାନୁଯାୟୀ ୨୦୨୩ ମସିହାରୁ ଉକ୍ତ ରାସ୍ତାଟି ୩ ଖଣ୍ଡ ହୋଇ ପଡି ରହିଥିବା ବେଳେ କାଦୁଅ ପଚରା ରାସ୍ତାରେ ଲୋକେ ଯାତାୟାତ କରିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଥିଲେ । ରାସ୍ତାର ଏପରି ଅବସ୍ଥାରେ ସରକାରଙ୍କ ମୋ’ବସଟି ଯିବାଆସିବା କରିବାରେ ବାଧା ସୃଷ୍ଟି ହୋଇ ବନ୍ଦ ହୋଇ ଯାଇଥିଲା । ଫଳରେ ଗ୍ରାମବାସୀ ମାନେ ବରୀ ବିଧାୟକଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏନେଇ ଗତ ୩ତାରିଖରେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ସଦରଥାନା ଅଧିକାରୀ, ରାଜସ୍ୱ ନିରୀକ୍ଷକ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସାଥିରେ ନେଇ ଉକ୍ତ ରାସ୍ତାକୁ ତଦାରଖ କରିବା ସହିତ ତୁରନ୍ତ ଡଷ୍ଟ ପକାଇ ରାସ୍ତାକୁ ଯାତାୟାତ ଯୋଗ୍ୟ କରିବାକୁ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଖଣ୍ଡିଆ ଖାବରା ରାସ୍ତାରେ ବାଲି ଓ ଡଷ୍ଟ ପକାଯାଇ ସମତୁଲ କରାଯାଉଥିବା ବେଳେ ମୋ ବସ ଯାତାୟତ କରିଛି ।