ଭାସ୍କର ରାଓଙ୍କ ପରଲୋକ
ଆସିକା : ଆସିକା ଏନ୍ଏସିର ରଘୁନାଥ ନଗର ବାସିନ୍ଦା ବାଗ୍ନୀ ଟିଭି ଭାସ୍କର ରାଓ(୭୪)ଙ୍କର ପରଲୋକ ହୋଇଯାଇଛି । ସେ ଆସିକା କଳିଙ୍ଗା ରୋଡରେ ଥିବା ବିଏସଏନଏଲ କାର୍ଯ୍ୟାଳୟ ଠାରେ ନିଜର କର୍ମମୟ ଜୀବନର ଅବସର ନେଇଥିଲେ । ଏହାପରେ ସେ ରାଜ୍ୟ ଓ ଜିଲ୍ଲାରେ ଜଣେ ଶ୍ରୀ ଅରବିନ୍ଦଙ୍କ ଆଧ୍ୟାତ୍ମିକ ପ୍ରେମୀ ଏବଂ ଏକାଧାରରେ ବକ୍ତା, ବାଗ୍ନୀ ରୂପେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ରହିଥିଲେ । ଗତ କିଛିଦିନ ହେଲା ମଧୁମେହ ଓ କିଡନୀ ରୋଗରେ ପୀଡିତ ରହିଥିଲେ । ମୃତୁ୍ୟଶଯ୍ୟା ସ୍ତ୍ରୀ ଆର ସୂର୍ଯ୍ୟକାନ୍ତି, ଭାଇ ମୁରଲୀଧର ରାଓ, ସମେତ ଅଜିତ ପଟନାୟକ, ବଦ୍ରି ପାତ୍ର, ସନ୍ତୋଷ ପାତ୍ର, ଗଣେଶ ରଥ, ପୀତବାସ ମହାପାତ୍ର, ଦିଲ୍ଲୀପ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ଜେନା, ସୁନୀଲ ପାଣିଗ୍ରାହୀ, ଅନିଲ ପାଣିଗ୍ରାହୀଙ୍କ ସମେତ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଉପସ୍ଥିତ ରହିଥିଲେ । ତାଙ୍କ ମୃତ ଶରୀରକୁ ହିନ୍ଦୁ ରୀତିନୀତି ଅନୁସାରେ ଋଷିକୂଲ୍ୟା ଏବଂ ବଡ଼ନଦୀ ସଙ୍ଗମ ସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।