ବସରେ ପିଟି ହୋଇ ସାଇକେଲ ଆରୋହୀ ମୃତ

 ହିନେ୍ଦାଳ : ହିନେ୍ଦାଳ ଉପଖଣ୍ଡ ରାସୋଳ ଥାନା ସୁକିଆ ବାଉତୀ ମନ୍ଦିର ନିକଟରେ ଏକ ବସ୍ ପଛପଟେ ପିଟି ହୋଇ ଜଣେ ସାଇକେଲ ଆରୋହୀଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ବହାଳୀ ଗ୍ରାମର ଟଙ୍କଧର ନାଏକ । ପ୍ରକାଶ ଯେ, ଟଙ୍କଧର ଏକ ସାଇକେଲରେ ଆସୁଥିବା ବେଳେ ବାଉତୀ ମନ୍ଦିର ନିକଟ ରାସ୍ତା କଡ଼ରେ ଛିଡ଼ା ହୋଇ ଚକାରେ ପ୍ରେସର୍ ଦେଉଥିବା ଶିବାନୀ ନାମକ ଏକ ଘରୋଇ ବସ୍ ନମ୍ବର ଓଡି୦୫ବିକୁ୍ୟ୬୭୯୯ ପଛରେ ପିଟି ହୋଇ ଯାଇଥିଲେ । ଯାହାଫଳରେ ସେ ତଳେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ରାସୋଳ ଡାକ୍ତର ଖାନା ଓ ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।