ଭଡ଼ା ଘରୁ ୩୫କେଜି ଗଞ୍ଜେଇ ସହ ୮ଲକ୍ଷର ବାଣ ଜବତ ; ଜଣେ ଗିରଫ

ଭଡ଼ା ଘରୁ ୩୫କେଜି ଗଞ୍ଜେଇ ସହ ୮ଲକ୍ଷର ବାଣ ଜବତ ; ଜଣେ ଗିରଫ


ବାଲିଅନ୍ତା,୦୨ା୬ :  ଆକ୍ସନ ମୋଡରେ ବାଲିଅନ୍ତା ଥାନା ଅଧିକାରୀ ରବୀନ୍ଦ୍ର ମେହେରା । ନିଜ ଅଞ୍ଚଳରେ କଡା ପାଟ୍ରୋଲିଂ ସହ ଅପରାଧି ଓ ନିଶା ବେପାରୀଙ୍କୁ କରାଯାଉଛି ସାବାଡ଼ । ସେହିଭଳି ଉକ ଭଡ଼ା ଘରେ କିଛିିଦିନ ହେବ ଚୋରାରେ ନିଶା କାରବାର ଓ ବାଣ କାରବାର ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ଘର ଭିତରୁ ୩୫ କେଜି ଗଞ୍ଜେଇ ଓ ୮ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ବଡ଼ଗଡ଼ ଅଞ୍ଚଳର ରମେଶ ଚନ୍ଦ୍ର ପ୍ରଧାନ । ଗଲା ସାଧାରଣ ର୍ନିବାଚନ ପାଇଁ ପୂର୍ବରୁ ବାଲିଅନ୍ତା ଥାନା ପୁଲିସ ଅଞ୍ଚଳରେ ଚୋରା ନିଶା କାରବାର ଉପରେ କଡା ନଜର ରଖି କେତେକ ସ୍ଥାନରୁ ବିପୁଳ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ବେଆଇନ୍ ମଦ ବିକ୍ରିରେ ନିୟୋଜିତ ବ୍ୟବସାୟୀକୁ ଗିରଫ କରି ମଧ୍ୟ୍ୟ କୋର୍ଟ ·ଲାଣ କରାଯାଇଛି ।
 ସୂଚନାଯୋଗ୍ୟଯେ, ରବିବାର  ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଧିକାରୀ ରବୀନ୍ଦ୍ର ମେହେରା ବିଶେଷ ସୂତ୍ରରୁ ଖବର ପାଇବା ପରେ ଥାନାର ଏକ ଟିମ୍ ପ୍ରସ୍ତୁତ କରି ଅଭିଯୁକ୍ତ ରଙ୍ଗବଜାର ସ୍ଥିତ ଅସ୍ମଜି ଭିଲ୍ଲା ଡୁପ୍ଲେକ୍ସ ନମ୍ବର ୨୭ରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଏଥିରେ ଅଭିଯୁକ୍ତ ଅସ୍ୱାଭାବିକ ଭାବେ  ବ୍ୟବହାରରେ କିଛି ପରିବର୍ତ୍ତନ ଦେଖି ପୁଲିସର ସନେ୍ଦହ ହେବା ପରେ ଘର ତଲାସି କରାଯିବା ବେଳେ ଏକ ଜରି ଅଖାରେ ୩୫କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ନିକଟରୁ ବିପୁଳ ପରିମାଣର ବାଣ ଓ ବହୁମୂଲ୍ୟ ବାନ୍ ଅତାଶ ବାଜି ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଫଳରେ ନିଶା କାରବାରରେ ବ୍ୟବହୃତ ଏକ ଆକ୍ଟିଭା ସ୍କୁଟି ଓ ମୋବାଇଲ ଫୋନ ,ନଗଦ ପାଞ୍ଚ ହଜାର ନଅ ଶହ ଟଙ୍କା ଅଭିଯୁକ୍ତ ନିକଟରୁ ଜବତ କରିଛି ପୁଲିସ । ତଦନ୍ତ ବେଳେ ଆକ୍ଟିଭା ଯୋଗେ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ·ଲାଣ କରୁଥିବା ଅଭିଯୁକ୍ତ ମାନିଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରମେଶକୁ ବି·ର ବିଭାଗୀୟ ହାଜତକୁ ପଠଯାଇଛି ।