ବାଇକ୍ ଧକ୍କାରେ ୨ ଗୁରୁତର 

 ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ମୈଦଲପୁର ବସଷ୍ଟାଣ୍ଡ ନିକଟରେ  ଜଣେ ପଥଚାରିକୁ ଏକ ବାଇକ ଧକ୍କା ଦେବାରୁ ଉଭୟ ପଥଚାରି ଓ ବାଇକ ଆରୋହୀ ଗୁରୁତର ଆହତ ହୋଇପଡିଥିଲେ  । ମୈଦଲପୁର ପୁଲିସ ଓ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ୧୦୮ ଯୋଗେ ପାପଡାହାଣ୍ଡି ମେଡିକାଲକୁ ନେଇଥିଲେ । ସୂଚନା ଅନୁସାରେ ସଦର ପଞ୍ଚାୟତ ଦାବିରୀ ସାହିର ଶ୍ରୀକାନ୍ତ ପଟ୍ଟନାୟକ ଜଣେ ପାରାଲେସିସ ରୋଗୀ ହୋଇ ଥିବା ବେଳେ ବସଷ୍ଟାଣ୍ଡ ନିକଟରେ ରାସ୍ତା ପାର ହେଉଥିବା ବେଳେ କଣ୍ଟାଗାଁ ପଂଚାୟତ ବନ୍ଦଗୁଡା ଗ୍ରାମର ଅକ୍ଷୟ ବାଗ  ଏକ ବାଇକରେ ମୈଦଲପୁର ଆଡକୁ ଆସୁଥିବା ବେଳେ ଶ୍ରୀକାନ୍ତକୁ ଧକ୍କା ଦେଇଥିଲା । ୨ ଗୁରୁତରଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।