ମଦ ଜବତ ୪ କୋର୍ଟ ଚାଲାଣ
କେନ୍ଦ୍ରାପଡା: କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଯମବୋୟ ମାରେଇନ ଓ ପାଟକୁରା ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବଉଳାକଣି ଗ୍ରାମର ଦୁର୍ଗା ଖିଲାରଙ୍କ ଠାରୁ ୩୪ ଲିଟର ରନ୍ଧା ଦେଶୀ ମଦ, ଜ୍ୟୋସô୍ନା ମାଇଟିଙ୍କ ଠାରୁ ୨୫ ଲିଟର ଦେଶୀ ରନ୍ଧା ମଦ ଓ ନାଥ ଖିଲାରଙ୍କ ଠାରୁ ୫୬ ଲିଟର ଦେଶୀ ରନ୍ଧା ମଦ ଏବଂ ପେଣ୍ଠ ଗ୍ରାମର ପ୍ରଶାନ୍ତ ନାୟକଙ୍କ ଠାରୁ ୩୭ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ସମୁଦାୟ ୧୫୨ ଲିଟର ଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୧ ମହିଳା ସମେତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢାଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ, ଅବକାରୀ ଉପ ନିରିକ୍ଷକ କଳ୍ପନା ରାଉତ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।