ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଉଦ୍ୟାପିତ, ଭାମଣ୍ଡା ଚାମ୍ପିଅନ

 ରାଜକନିକା:  ରାଜକନିକା ବ୍ଲକ ଡାଳିକାଏନ୍ଦା ଗ୍ରାମରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ପକ୍ଷରୁ ଗୁରୁ ବ୍ରଦର୍ସ ପ୍ରାୟୋଜିତ ୪୯ତମ ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ନୃସିଂହ ନାଥ କ୍ଲବ ଭାମଣ୍ଡା ବହୁରୂପା କ୍ଲବ୍ ପାରିନୁଆପଡାକୁ ୧ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଭାମଣ୍ଡା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୨୪ ରନ କରିଥିବାବେଳେ ପାରିନୁଆପଡା ୨୦ ଓଭରରେ ୮ ୱିକେଟ ହରାଇ ୧୨୩ ରନ କରି ପରାଜୟ ହୋଇିଥିଲା । ଅନୁଷ୍ଠାନ କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠିଙ୍କ ସଂଯୋଜନା ଓ ଶିକ୍ଷାବିତ ବସୁଦେବ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ମୁଖ୍ୟବକ୍ତା ରାଜ୍ୟ ଦନ୍ତ ପରିଷଦର ସଭାପତି ଡ. ଆଶିଷ ବାରିକ ଏବଂ ସମ୍ମାନିତଅତିଥି ରାଜକନିକା ଥାନାଧିକାରୀ ସଞ୍ଜୟ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ଗଙ୍ଗାଧର ବେହେରା, ସମିତି ସଭ୍ୟ ଅମିତ ନାୟକ, ପ୍ରଶାସନିକ ଅଧିକାରୀ ଅନିଲ ଦାଶ, ସରକାରୀ ଓକିଲ ସଞ୍ଜୟ ଜେନା, ଶିକ୍ଷାବିତ ବିଦ୍ୟାଧର ବେହେରା ଓ ଗ୍ରାମ ମୁରବି ପିତାମ୍ବର ଜେନା ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କ ସହିତ ପରିଚିତ ହୋଇ ଗୁରୁ ବ୍ରଦର୍ସ ପ୍ରଦତ୍ତ ବିଜେତା ଦଳକୁ ୨୫ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୨୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହାଛଡା ବିଜେତା ଦଳର ବିକାଶ ରାଉତ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଓ ଉପବିଜେତା ଦଳର ପ୍ରବିନ କୁମାରଙ୍କୁ ମ୍ୟାନ ଅଫ୍ ଦି ସିରିଜ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ ଖେଳାଳିଙ୍କୁ ଡ଼. ହୟଗ୍ରୀବ ଗୁରୁଙ୍କ ପକ୍ଷରୁ ଟୀ ସାର୍ଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଦୁଃଶାସନ ସ୍ୱାଇଁ ସମ୍ପାଦକୀୟ ବିବରଣୀ ଓ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ଲବ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରା ଓ ବିଶ୍ୱାମିତ୍ର ଜେନା, ସହସମ୍ପାଦକ ଅଜିତ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ଅମିତ ବିଶ୍ୱାଳ, ବିକ୍ରମ ବେହେରା ଖେଳ ପରିଚାଳନା ଓ କଳିଙ୍ଗ ଜେନା ସ୍କୋରର କାର୍ଯ୍ୟ ସମ୍ପାଦନ କରିଥିବାବେଳେ, ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ । ଏହି ଖେଳରେ ସମସ୍ତ ଅର୍ଥରାଶି ଓ ପୁରସ୍କାର ଗୁରୁ ବ୍ରଦର୍ସ ପକ୍ଷରୁ ପ୍ରଦାନ କରାଯାଇଥିଲା ।