ମୋବାଇଲ ଟାୱାର ସମସ୍ୟା ସମାଧାନ ଦାବି : ଅସୁବିଧା ଭୋଗୁଛନ୍ତି ଜନତା

 ତାଳଚେର : କୌଣସି ଉପାନ୍ତ ଏରିଆ ନୁହଁ, ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବଡତ୍ରିବିଡା ପଂଚାୟତ ହରିଚନ୍ଦନପୁରରେ ମୋବାଇଲ ଟାୱାର ନଥିବାରୁ ପଂଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଆଜି ଏସମ୍ପର୍କରେ ଅଲଓଡିଶା ହୁ୍ୟମାନ ରାଇଟସ୍ ସଭାପତି ଡ. ଦେବେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଉପଜିଲ୍ଳାପାଳ ସମୀର ଜେନାଙ୍କୁ ଭେଟ୍ଟି ଏକ ଦାବିପ୍ରଦାନ ସହ ଆଲୋଚନା କରିଥିଲେ । ଏଥିନେଇ ଶ୍ରୀ ସିଂହ ଦୁଃଖ ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନେ ଅନଲାଇନ ପଢାରୁ ବଂଚିତ ହେବା, ଆମ୍ବୁଲାନ୍ସ ସେବା ଯୋଗାଯୋଗ ବ୍ୟାହାତ ଓ ମୋବାଇଲ ଟାୱାର ନଥିବାରୁ ସମସ୍ତ ସରକାରୀ ଯୋଜନାରୁ ବଂଚିତ ହେବାକୁ ନେଇ ସରକାର ତୁରନ୍ତ ଏଥିପାଇଁ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ପ୍ରକାଶ ଥାଉକି, ଏହି ପଂଚାୟତବାସୀ ନେଟୱାର୍କ ନଥିବାରୁ ଛାତ ଉପରେ, ଗଛ ଉପରେ ଓ ବିଭିନ୍ନ ସ୍ଥାନକୁ ଯାଇ ଫୋନ ଯୋଗେ କଥାବାର୍ତା ଆଦାନ ପ୍ରଦାନ କରି ଆସୁଛନ୍ତି  । ତେଣୁ ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି  ।