ମଶାରୀ ବଣ୍ଟନ କାର୍ଯ୍ୟକ୍ରମ 

 ବିଶୋଇ : ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୁଢ଼ୀଖମାରୀ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଯୋଗ ଦେଇ ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ ଭଳି ମାରାତ୍ମକ ରୋଗର ପ୍ରତିହତ ପାଇଁ କୀଟନାଶକ ମଶାରୀ ବ୍ୟବହାର ପାଇଁ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ । ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିବ ମହାନ୍ତି, ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ଝୁରିଲାଲ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁସ୍ମିତା ଦେଓ ଯୋଗ ଦେଇ କିପରି କୀଟନାଶକ ମଶାରୀ ବ୍ୟବହାର କରିବେ ସେ ଦିଗରେ ସଚେତନ କରାଇଥିଲେ । ଡ. ଦୁଲୁମ୍ ଚରଣ ହୋ ମଧ୍ୟ ଉପସ୍ଥିତ ଜନତାଙ୍କୁ ମଶାରୀ ବ୍ୟବହାର ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ନିଧି ମଉସା ସଚେତନତା ରଥ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ଇନ୍ଚାର୍ଜ ଡ. ସୁଶିଲ ବିଶୋଇ, ଶିବ ନାରାୟଣ ଦତ୍ତ, ରାକେଶ ରାସନ୍, ଦୁବରାଜ ହେମ୍ବ୍ରମ୍, ସୌରଭ ସାହୁ, ଦେବବ୍ରତ ଟୁଡୁ, ଦୀପକ ମହାନ୍ତି, ସିଦ୍ଧାର୍ଥ ଶଙ୍କର ଦାସ, ପୂର୍ଣ୍ଣିମା ଦାସ, ତ୍ରୈଲୋକ୍ୟ ନାଥ ଦାସ, ମାହେଶ୍ୱରୀ ପାଲ, ରେଖାଶ୍ରୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।