ବ୍ୟାଙ୍କ ଅଫ୍ ବରୋଦା କାର୍ଯ୍ୟାଳୟ ଉଦ୍ଘାଟିତ 

ସୋର:  ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ୱର ବସଷ୍ଟାଣ୍ଡ ନିକଟରେ ବ୍ୟାଙ୍କ ଅଫ୍ ବରୋଦାର ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବ୍ୟାଙ୍କ ଅଫ ବରୋଦାର ଓଡିଶା ମୁଖ୍ୟ ସ୍ୱପ୍ନା ବନେ୍ଧପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କ କାର୍ଯ୍ୟାଳୟ ସମେତ ଏଟିଏମ୍କୁ ଅନୁଷ୍ଠାନିକ ଭାବେ ଗ୍ରାହକଙ୍କ ପାଇଁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଓଡିଶା ଜୋନର ରିଜିଓନାଲ ମେନେଜର ରଂଜିତ କୁମାର ଯୋଗ ଦେଇଥିଲେ । ଏହି ଶାଖାରେ ଗ୍ରାହକଙ୍କ ସୁବିଧା ପାଇଁ କମ୍ ସୁଧ ହାରରେ କୃଷି ଋଣ, ସୁନା ଋଣ ସମେତ ବିଭିନ୍ନ ଋଣ ପ୍ରଦାନ କରାଯିବ ବୋଲି ଓଡିଶା ମୁଖ୍ୟ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସୋର ଶାଖାର ପରିଚାଳକ ରାକେଶ କୁମାର ଦାସ ପରିଚାଳନା କରିଥିବାବେଳେ ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।