ମହାଶିବରାତ୍ରିରେ ଅଘଟଣ  : ଦୀପରୁ ନିଆଁ ଲାଗି ମହିଳା ଗୁରୁତର

 ଛତ୍ରପୁର : ଆଜି ମହାଶିବରାତି୍ରରେ ଛତ୍ରପୁର ରିକାପଲ୍ଲୀ ସ୍ଥିତ ଚନ୍ଦ୍ରଶେଖର ମନ୍ଦିର ଠାରେ ଏକ ଅଘଟଣ ଘଟିଛି । ଦୀପ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ମହିଳା ଜଣକ ରିକାପଲ୍ଲୀ ମୋଚି ସାହିର ଏନ ରାଣୀ । ଶିବରାତ୍ର ଉପଲକ୍ଷେ ଛତ୍ରପୁର ସହରର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ ରହିଥିବାବେଳେ ଚନ୍ଦ୍ରଶେଖର ମନ୍ଦିର ପରିସରରେ ଏନ ରାଣୀ ଦୀପ ଲଗାଇବା ବେଳେ କୌଣସି ଅସାବଧାନତା କାରଣ ନେଇ ମହିଳା ଜଣକ ଲୁଗାରେ ଦୀପ ନିଆଁ ଲାଗିଯାଇଥିଲା । କିଛିକ୍ଷଣ ମଧ୍ୟରେ ନିଆଁ ଜୋରରେ ଲାଗିଥିବା ନେଇ ସେଠି ଉପସ୍ଥିତ ଥିବା ଅନ୍ୟ କିଛି ଜନସାଧାରଣ ତାଙ୍କରି ଲୁଗାକୁ ଚିରି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଧାସରେ ମହିଳାଙ୍କ ଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିଲା । ତାଙ୍କୁ ପ୍ରଥମେ ଛତ୍ରପୁର ହସ୍ପିଟାଲ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।