ମହିଳା ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ପିଙ୍କ ହେଲ୍ପ ଡେସ୍କ
ପୁରୀ : ଶ୍ରୀମନ୍ଦିରରେ ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ପୁରୀ ଜିଲ୍ଲା ପୋଲିସ । ଏହାର ନାମକରଣ କରାଯାଇଛି ‘ପିଙ୍କ ହେଲ୍ପ ଡ଼େସ୍କ’ । ମହିଳା ଭକ୍ତମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଏକ ସ୍ନେହଭରା ସନେ୍ଦଶ ଦେବାରେ ପିଙ୍କ ହେଲ୍ପ ଡ଼େସ୍କ ସହାୟକ ହେବ ବୋଲି ଏସ୍.ପି ବିନିତ ଅଗ୍ରୱାଲ ଆଶା ପୋଷଣ କରିଛନ୍ତି । ଶ୍ରୀ ଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ପରିଦର୍ଶନରେ ଆସୁଛନ୍ତି । ଏମାନଭ୍କ ମଧ୍ୟରେ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ । ଶ୍ରୀମନ୍ଦିର ଭିତରେ ମହିଳାମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଏସ୍.ପି ବିନିତ ଅଗ୍ରୱାଲ ଏହି ମହିଳା ଡ଼େସ୍କର ବନେ୍ଦାବସ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ ଏହିଭଳି ପଦକ୍ଷେପ ଅନ୍ୟ କୌଣସି ଧାମରେ ଗ୍ରହଣ କରାଯାଇନାହିଁ । ଏହି ଡ଼େସ୍କକୁ କାର୍ଯ୍ୟକ୍ଷମ କରିବେ ୬ଜଣ ପୋଲିସ କର୍ମଚାରୀ । ଏହି କର୍ମଚାରୀମାନେ ଭକ୍ତମାନଙ୍କ ଅଭିଯୋଗ ଓ ପ୍ରତିକ୍ରିୟା ସଂଗ୍ରହ କରି ଆବଶ୍ୟକ ସ୍ଥଳେ ପୋଲିସ ଅନ୍ୟମାନଙ୍କ ସହ ଯୋଗଯୋଗ କରି ସମାଧାନ କରିବେ । ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ପୁରୀ ପୋଲିସ ଜଗନ୍ନାଥ ଧାମକୁ ଆସୁଥିବା ଯାତ୍ରୀମାନଙ୍କୁ ଆଧ୍ୟାତ୍ମିକ ଅନୁଭବ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହିଭଳି କାର୍ଯ୍ୟକ୍ରମକୁ ପୁରୀ ବାସୀ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏସ୍.ପି ବିନିତ ଅଗ୍ରୱାଲ । ସିଟି ଡ଼ି.ଏସ୍.ପି ପ୍ରଶାନ୍ତ କୁମାର ସାହୁ ଓ ସିଂହଦ୍ୱାର ଥାନା ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।