ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା.. ୩ କୋର୍ଟଚାଲାଣ
ବ୍ରହ୍ମବରଦା: ଶୁକ୍ରବାର ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ରାଏପଡ଼ା ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ବ୍ରହ୍ମବରଦା ପୁଲିସ ରବିବାର ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । କୋର୍ଟ ଚାଲାଣ ଅଭିଯୁକ୍ତ ମୃତା ମହିଳାଙ୍କ ସ୍ୱାମୀ ଜଗନ୍ନାଥ ମିଶ୍ର(୩୭) ଭଣଜା ସ୍ନେହାଶିଷ ପଣ୍ଡା(୨୭) ଓ ନଣନ୍ଦ ସରସ୍ୱତୀ ମିଶ୍ର (୪୫)ହୋଇଥିବା ବେଳେ ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉକି ଗତ ଶୁକ୍ରବାର ମଧ୍ୟାହ୍ନରେ ଜଗନ୍ନାଥ ଓ ପନôୀ ରୁଚିସ୍ମିତା ପଣ୍ଡା (୨୪)ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଜଗନ୍ନାଥ ଏହାର କିଛି ସମୟ ପରେ ରୁଚିସ୍ମିତା ଘର ଭିତର ପଟୁ କବାଟ କିଳି ଦେଇ ଫ୍ୟାନରେ ଝୁଲିପଡ଼ିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣାକୁ ନେଇ ମୃତ ବର୍ଷାଙ୍କ ବାପଘର ଲୋକେ ତାଙ୍କ ଝିଅକୁ ମାରି ଟାଙ୍ଗି ଦେଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଜ୍ୱାଇଁ ଜଗା ତାର ଭଉଣୀ ଓ ଭଣଜା ମିଶି ରୁଚିସ୍ମିତାକୁ ମାରି ଟାଙ୍ଗୀ ଦେଇଥିବା ମୃତ ମହିଳାଙ୍କ ବାପା ବ୍ରଜବନ୍ଧୁ ପଣ୍ଡା ଅଭିଯୋଗ କରିଥିଲେ । ବ୍ରହ୍ମବରଦା ପୁଲିସ କେସ୍ ନଂ ୨୧୨/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ତା ପରିବାରକୁ ହସ୍ତାନ୍ତର କରି ଆଜି ଅଟକ ଥିବା ୩ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବ୍ରହ୍ମବରଦା ଥାନା ଏସ୍ଆଇ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି ମୃତ ମହିଳା ରୁଚିସ୍ମିତା ଢେଙ୍କାନାଳ ଜିଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ ବେଗା ଗ୍ରାମର ହୋଇଥିବା ବେଳେ ସେ ୮ବର୍ଷ ପୂର୍ବରୁ ଜଗନ୍ନାଥଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ୬ ଓ ୪ ବର୍ଷର ୨ଗୋଟି ପୁଅ ଅଛନ୍ତି ।