ଦୁର୍ଘଟଣାରେ ଗୁୁରୁତର ମହିଳାଙ୍କ ମୃତୁ୍ୟ 

 ବ୍ୟାସନଗର : ଦୁର୍ଘଟଣାରେ ଗୁୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇ ଚିିକିସôିତ ହେଉଥିବା ମହିଳାଙ୍କ ମୃତୁ୍ୟ ଘଟିଛି । ମୃତା ମହିଳା ଶଙ୍ଖଚିଲା ଠାକୁରପାଟଣା ଗ୍ରାମର ଶ୍ରୀଧର ସାହୁଙ୍କ ପତ୍ନୀ ଗୋଲାପ(୫୮) ହୋଇଥିବାବେଳେ ସେ ପ୍ରଥମ ରଜରେ ବାଇକ୍ରୁ ପଡ଼ି ଗୁରୁତର ହୋଇପଡ଼ିଥିଲେ । ଖବର ମତେ ପ୍ରଥମ ରଜଦିନ ଗୋଲାପ ସ୍ୱାମୀ ଶ୍ରୀଧରଙ୍କ ସହ ଝିଅ ଘରକୁ ବାଇକରେ ଯାଉଥିଲେ । ହେଲେ ବାଟରେ ଗୋଲାପ ବାଇକ୍ରୁ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ରୋଡ଼ ମେଡ଼ିକାଲରେ ପ୍ରାଥମିକ ଚିିକିସôା ପରେ ଭୁବନେଶ୍ୱରର ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଦୁଇଦିନ ଚିକିସôା ପରେ ଆଜି ତାଙ୍କର ପରଲୋକ ଘଟିଥିଲା । ମରଶରୀର ଗାଁରେ ପହଞ୍ଚôବା ପରେ ଶେଷଦର୍ଶନ ପାଇଁ ରଖାଯାଇଥିଲା । ପରେ ସ୍ୱର୍ଗଦ୍ୱାରରେ ଶବ ସକôାର କରାଯାଇଥିଲା । ମୃତୁ୍ୟଶଯ୍ୟା ନିକଟରେ ପୁଅ, ଝିଅ ଏବଂ ଆତ୍ନୀୟ ସ୍ୱଜନ ଉପସ୍ଥିତ ରହିଥିଲେ । ଗୋଲାପ ଜଣେ ପରୋପକାରୀ ମହିଳାମାନେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।