ଟିଣା ପଞ୍ଚାୟତ ବିଜେପି କାର୍ଯ୍ୟକର୍ତ୍ତା ଚୟନ

 ସିଂହପୁର : ବିଞ୍ଝାରପୁର ବ୍ଲକ ଟିଣା ପଞ୍ଚାୟତର ନୂତନ ବିଜେପି କାର୍ଯ୍ୟକର୍ତ୍ତା ଚୟନ ହୋଇଯାଇଛି । ସଭାପତି ଭାବେ ଯଦୁମଣି ନାୟକ, ଉପସଭାପତି ନିହାର ରଞ୍ଜନ ସାମଲ, ଉତ୍ସବାନନ୍ଦ ମଳିକ, ସାଧାରଣ ସମ୍ପାଦକ ରମାକାନ୍ତ ନାୟକ, ସମ୍ପାଦକ ଉପେନ୍ଦ୍ର ଗୁରୁ, ବିନୋଦ ପଣ୍ଡା, ଯୁବ ସଭାପତି ନିରାକାର ମଲ୍ଲିକ, ଉପସଭାପତି ପ୍ରକାଶ ମଳିକ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଜେନା,କୋଷାଧ୍ୟକ୍ଷ ଲଷ୍ମୀଧର ସାମଲ, ସଂଯୋଜକ ଭାବେ କେଦାର ମଳିକ, ଉମେଶ ସାହୁ, ସସଧର ରାଉତ, ସାନ୍ତନୁ ମଳିକ, ସହ ସଂଯୋଜକ ଦିଲ୍ଲୀପ ଜେନାଙ୍କୁ ଚୟନ କରାଯାଇଥିଲା । ଏହି ଅବସରରେ ବିଜେପି କର୍ମୀ ସମ୍ମିଳନୀ ବରୁଣେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଚଳିତମାସ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଜୟନ୍ତୀ ଆଡମ୍ବର ସହିତ ପାଳନ କରିବା ଟିଣା ପଞ୍ଚାୟତରେ ୭୫ଟି ବୃକ୍ଷ ରୋପଣ କରିବାକୁ ବିଜେପି ନେତୃବୃନ୍ଦ ନିଷ୍ପତି ନେଇଥିଲେ । କର୍ମୀ ସମ୍ମିଳନୀରେ ସର୍ବଶ୍ରୀ ଉତ୍ପଲ ନାୟକ, ଅଟଳ ନାୟକ, ଜଯୟ ବେହେରା, ଭୁବନାନନ୍ଦ ସାମଲ, ବିରଞ୍ଚି ନାୟକ, ଗୋପାଳ ପ୍ରଧାନ, ନବକିଶୋର ସାମଲ, ଜିତେନ୍ଦ୍ର ନାୟକ, ଧରଣୀ ନାୟକ, ଅନିରୁଦ୍ଧ ମଳିକ, ଖଗେଶ୍ୱର ମଳିକ, ବିପିନ ମଳିକ, କାହ୍ନୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।