ମହିଳାଙ୍କୁ ଅସଦାଚରଣ ଅଭିଯୋଗ 

ରାଜନଗର : ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତର ଜଣେ ମହିଳାଙ୍କୁ ତାଙ୍କଠାରୁ କମ ବୟସର ଯୁବକ ତାଙ୍କୁ ଅସଦାଚରଣ କରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ସଂପୃକ୍ତ ମହିଳାଙ୍କ ସ୍ୱାମୀ ବାହାରେ ରହୁଥିବାରୁ ଏହାର ସୁଯୋଗ ନେଇ ଯୁବକ ତାଙ୍କୁ ଅସଦାଚରଣ କରିଥିଲା । ରାଜନଗର ପୁଲିସ ୨୦୪/୨୫ରେ ମାମଲା ରୁଜୁ କରିବା ସହ ସଂପୃକ୍ତ ମହିଳାଙ୍କୁ ଡାକ୍ତରୀ ମଇନା କରାଇଛି । ଅପରପକ୍ଷରେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି ।