ମହିଳାଙ୍କୁ ଅସଦାଚରଣ ଅଭିଯୋଗ

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚୌଦକୁଲାଟ ଫାଣ୍ଡି ଅଞ୍ଚଳରେ ଜନୈକ ମହିଳାଙ୍କୁ କିଛି ଅସାମାଜିକ ଲୋକ ଅସଦାଚରଣ ସହ ଆକ୍ରମଣ କରିଥିବା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୁଲିସ ଥାନା କେଶ ନଂ ୨୫୨/୨୫ରେ ଏକ ମୋକଦମା ରୁଜୁ କରି ମାମଲାର ତଦନ୍ତ କରୁଛି । ଏହି ମାମଲାରେ ଅଭିଯୁକ୍ତମାନେ ଫେରାର ଥିବାରୁ କାହାରିକୁ ଗିରଫ କରାଯାଇନାହିଁ । ପ୍ରକାଶ ଯେ, ଚଉଦକୁଲାଟ ଫାଣ୍ଡି ଅଞ୍ଚଳର ଜନୈକା ମହିଳା ନିଜ ପୁଅ ସହିତ ବାଇକ ଯୋଗେ ପଟ୍ଟାମୁଣ୍ଡାଇ ଆସି ଘରକୁ ଫେରୁଥିଲେ ଓ ବାଟରେ ମହିଳାଙ୍କୁ ପରିଶ୍ରା ଲାଗିବାରୁ ସେ ବାଇକରୁ ଓହ୍ଲାଇ ପଞ୍ଚାୟତ ଅଫିସ ନିକଟରେ ଥିବା ନିରୋଳା ସ୍ଥାନରେ ପରିଶ୍ରା କରିବାକୁ ଯାଇଥିବାବେଳେ ପୁଅ ଟିକେ ଦୂରରେ ବାଇକ ରଖି ଅପେକ୍ଷା କରିଥିଲେ । ଏହି ସମୟରେ କିଛି ଅସାମାଜିକ ଯୁବକ ମହିଳାଙ୍କ ନିକଟକୁ ଆସି ଅସଦାଚରଣ କରିବା ସହିତ ପ୍ରତିବାଦ କରିବାରୁ ମହିଳାଙ୍କୁ ଆକ୍ରମଣ କରିଥିଲେ । ଏଥି ନେଇ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ ପରେ ପୁଲିସ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ଆଦର୍ଶ ଥାନା ଅଧିକାରୀ ବନ୍ଦନା ପାତ୍ର କହିଛନ୍ତି ।