ବିଜେପି ସରକାରରେ ମହିଳାଙ୍କୁ ମିଳୁନି ସୁରକ୍ଷା କି ସମ୍ମାନ
ଯାଜପୁର ବ୍ଲକ୍ ମହେଶ୍ୱରପୁର ପଞ୍ଚାୟତ କବିରପୁର ଦଶହରା ପଡିଆରେ ବିଜେଡ଼ି ପକ୍ଷରୁ ମହିଳା ଜନଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଞ୍ଝାରପୁର ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ବିଜେଡ଼ି ନେତ୍ରୀ ବିଜେପି ସରକାର ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ । ବିଜେଡ଼ି ନେତ୍ରୀ କହିଥିଲେ କି ବିଜେପି ସରକାର ମହିଳାଙ୍କୁ ସୁରକ୍ଷା କି ସମ୍ମାନ ଦେବାରେ ବିଫଳ ହୋଇଛି । ମହିଳା ମାନଙ୍କୁ ସୁଭଦ୍ରା ନାଁରେ ଠକିଚାଲିଛନ୍ତି । ସରକାରକୁ ଆସିଲେ ଯୋଜନାରେ ବର୍ଷକୁ ୫୦ ହଜାର ଟଙ୍କା ଦେବାକୁ ନିର୍ବାଚନ ସମୟରେ ଘୋଷଣା କରିଥିଲେ । ହେଲେ ୫ହଜାର ଟଙ୍କାଦେଇ ମହିଳାଙ୍କ ସହ ପ୍ରତାରଣା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡତ ସୁପ୍ରିମୋଙ୍କ ନିଦେ୍ର୍ଦଶ କ୍ରମେ ଅନୁଷ୍ଟିତ ଜନଜାଗରଣ ସମାବେଶରେ ଦଳର ତୁଙ୍ଗ ନେତ୍ରୀ ଶର୍ମିଷ୍ଠା ସେଠୀ, ସ୍ନେହାଙ୍ଗିନୀ ଛୁରିଆ, ସୁଲତା ଦେଓ, ସୁଲୋଚନା ଦାସ, ଲେଖାଶ୍ରୀ ସାମନ୍ତସିଂହାର, ଟୁକୁନି ସାହୁ, ସୁଭାସିନୀ ଜେନା, ଡା.ରାଜଶ୍ରୀ ମଲ୍ଲିକ, ମନୋରମା ମହାନ୍ତି, ଉର୍ମିଳା ପ୍ରଧାନ, ଲୋପାମୁଦ୍ରା ବକ୍ସିପାତ୍ର ଯୋଗ ଦେଇ ରାଜ୍ୟରେ ଚାଲିଥିବା ମୋହନ ମାଝୀ ସରକାରଙ୍କ ଏକ ବର୍ଷ ଓ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାରର ୧୧ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ଦରଦାମ୍ ନିୟନ୍ତ୍ରଣ କରିବା ପରିବର୍ତ୍ତେ ପ୍ରତ୍ୟେକ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଦୁଇ ଗୁଣ ବୃଦ୍ଧି କରିଛନ୍ତି । ଉଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ କରି ମହିଳାମାନଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବା କଥା ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପରିବର୍ତ୍ତେ ଅସହାୟ କରିଛନ୍ତି । ସମାବେଶରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଫୁଲ୍ଲ ସାମଲ, ଅଂଶୁ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡାÿଇ, ବ୍ୟୋମକେଶ ରାୟ, ସଂତୃପ୍ତ ମିଶ୍ର, ପ୍ରତାପ କେଶରୀ ଦେବଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗଦେଇ ବିଜେପି ସରକାରର ବିଫଳତା ବଖାଣିଥିଲେ ।
ନବୀନ ପଟ୍ଟନାୟକଙ୍କ ସରକାର ୨୪ବର୍ଷ ମଧ୍ୟରେ ବହୁ ଘାତ ପ୍ରତିଘାତ ଦେଇ ଆର୍ଥôକ କ୍ଷେତ୍ରରେ ନିଅଣ୍ଟଆ ରାଜ୍ୟରୁ ବଳକା ରାଜ୍ୟରେ ପରିଣତ କରିଥିବା ବେଳେ, ଏବର ସରକାର ଋଣଭାରରେ ବୁଡିଛନ୍ତି । ରାଜ୍ୟରେ କେବଳ ସରକାରୀ କୋଠାବାଡିର ରଙ୍ଗ ବଦଳେଇବା ଯୋଜନାରେ ସଫଳତା ହାସଲ କରିଥିବା ବେଳେ ଅନ୍ୟ ସମସ୍ତ ଯୋଜନାରେ ବିଫଳ ହୋଇଛନ୍ତି ବୋଲି କଟାକ୍ଷ କରିଥିଲେ ବିଜେଡ଼ି ନେତା । ବର୍ତ୍ତମାନର ମୋହନ ସରକାର ଯାଜପୁର ଜିଲ୍ଲାକୁ ହଇଜା ଭଳି ମହାମାରୀ ରୋଗକୁ ଭେଟି ଦେଇଥିବା କଥା କହି ପୂର୍ବତନ ସରକାର ପ୍ରତ୍ୟେକ ଜୀବନ ମୁଲ୍ୟବାନ ତେଣୁ ବିଏସକେୱାଇ କାର୍ଡÿ ରାଜ୍ୟବାସୀଙ୍କ ପାଇଁ ସଂଜୀବନୀ ଭାବେ କାର୍ଯ୍ୟ କରୁଥିବା ବେଳେ ବିଜେପି ସରକାରଙ୍କ ଦ୍ୱାରା ପ୍ରଚଳିତ ଆୟୁଷ୍ମାନ କାର୍ଡÿ ମାଧ୍ୟମରେ ଶ୍ମସାନ ଯିବାକୁ ବାଟ ଦେଖାଇଛନ୍ତି ବୋଲି ବିଶୋଦଗାର କରିଥିଲେ । ରାଜ୍ୟ ସରକାରଙ୍କ ବିଫଳତା ବାର୍ତା ନେଇ ଗାଁ ଗହଳିରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣାଇବା ସହ ବିଜୁ ଜନତା ଦଳର ଜଣେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଆଗାମି ଦିନରେ ପୁନର୍ବାର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେବାକୁ କହିଥିଲେ । ଏହି ଅବସରରେ ସମାବେଶରେ ୭ସୂତ୍ରୀ ପ୍ର୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । କାର୍ଯ୍ୟକ୍ରମକୁ ଭବ ପ୍ରସାଦ ଦାସ, ବ୍ରଜ କିଶୋର ପାଢୀଙ୍କ ସମେତ ଯାଜପୁର ବ୍ଲକର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ଯୁବ ନେତୃତ୍ୱରେ ସଂଚାଳନ କରିଥିଲେ । ଯାଜପୁରର ବିଧାୟିକା ସୁଜାତା ସାହୁ ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେତୃତ୍ୱ ମଣ୍ଡଳୀ, ସମସ୍ତ ବିଜୁ ଜନତା ଦଳର ନେତା, କର୍ମୀ ଓ ସର୍ବୋପରି ଉପସ୍ଥିତ ଥିବା ହଜାର ହଜାର ମହିଳାଙ୍କୁ କୃତଜ୍ଞତା ଜଣାଇଥିଲେ ।