ବିଦ୍ୟାଳୟ ତଦାରଖ କରୁଛନ୍ତି ବ୍ଲକ ଶିକ୍ଷାଧିକାରୀ

 ଭାପୁର  : ନୟାଗଡ ଜିଲ୍ଲା ଭାପୁର ବ୍ଲକର ଶିକ୍ଷାଧିକାରିଣୀ ମୋନାଲିସା ରଥ ବିଦ୍ୟାଳୟକୁ ବିଦ୍ୟାଳୟ ଘନ ଘନ ଗ୍ରସ୍ତ କରୁଥିବାର ସୂଚନା ମିଳୁଛି  । ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ମନିଟରିଙ୍ଗ କରୁଛନ୍ତି  । ବିଦ୍ୟାଳୟର ପରିଷ୍କାର ପରିଚ୍ଛନତା, ଖାଦ୍ୟର ମାନ, ପିଲାଙ୍କ ଉପସ୍ଥାନ, ପାଠ୍ୟ ସହାୟକ ସରଞ୍ଜାମ, ବିଦ୍ୟାଳୟକୁ ଆସିଥିବା ବିଭିନ୍ନ ସରକାରୀ ଅନୁଦାନ, ସଂଖ୍ୟାଜ୍ଞାନ, ଭାଷାଜ୍ଞାନ ପାଇଁ ଆବଶ୍ୟକ ସହାୟକ ପାଠ୍ୟ ସାମଗ୍ରୀ, ଲେସନ ନୋଟ, ଟ୍ରାକର, ପାଠ୍ୟ ପୁସ୍ତକ ବଣ୍ଟନ, ଲାଇବ୍ରେରୀ କାର୍ଯ୍ୟ, ଆଦି ତଦାରଖ କରିବା ସହ ଆଗାମୀ ଖଡ଼ିଛୁଆଁ, ବିଦ୍ୟାଳୟ ପ୍ରବେଶ କିପରି ସୁଚାରୁ ରୂପେ ପାଳନ କରାଯବ ସେ ବିଷୟରେ ସ୍ଥାନୀୟ ପ୍ରଧାନଶିକ୍ଷକ, ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି  । ପିଲାମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷାକୁ ସମ୍ପୂର୍ଣ ସାର୍ବଜନୀନ କରିହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଥିବା  ଜଣାପଡିଛି  ।