ମା' ବିରଜାଙ୍କର ୪ର୍ଥ ବାର୍ଷିକ ସ୍ୱନକ୍ଷତ୍ର ପୂଜା
ବ୍ୟାସନଗର: ତ୍ରିବେଣୀ ଅମାବାସ୍ୟା ତିଥିରେ ବ୍ୟାସନଗରରେ ମା'ବିରଜାଙ୍କର ୪ର୍ଥ ବାର୍ଷିକ ସ୍ୱନକ୍ଷତ୍ର ଦିବସ ପାଳନ ହୋଇଯାଇଛି । ପୂଜାକାର୍ଯ୍ୟ ପ୍ରାତଃ ୬ ଘଣ୍ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିଥିଲା । ମୁଖ୍ୟପୂଜକ କୌଳାସ ଚନ୍ଦ୍ର ଦାସ ଓ ତାଙ୍କର ସହଯୋଗୀ ଗୌରାଙ୍ଗ ନନା ଓ ମନୋଜ ନନା ପୂଜାକାର୍ଯ୍ୟ ସଂପାଦନ କରିଥିଲେ । ଗୋପୂଜା, ସୂର୍ଯ୍ୟପୂଜା, ମାଙ୍କ ଶୋଡଷ ଉପଚାର ପୂଜା, ଚଣ୍ଡିପାଠ କରାଯାଇଥିଲା । ମନ୍ଦିର କମିଟିର ସଭାପତି ନିତ୍ୟାନନ୍ଦ ମହାଳିକ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପାଢୀ, ବରିଷ୍ଟ ଉପଦେଷ୍ଟା ଚନ୍ଦ୍ରମଣୀ ସାମଲ, ନିରଞ୍ଜନ ବିଶ୍ୱାଳ, ଲମ୍ବୋଦର ମଲ୍ଲିକ, କାମଦେବ ଦାସ, ବିଷ୍ଣୁ ଚରଣ ପଟ୍ଟନାୟକ, ବିଜୟ ବରାଳ ଓ ସମ୍ପାଦକ ପ୍ରଫୁଲ କୁମାର ସାହୁ, ସହ ସମ୍ପାଦକ ଭାଗ୍ୟଧର ମହାରଣା, କୋଷାଧ୍ୟକ୍ଷ ରେମେଶ.ଚନ୍ଦ୍ର କାଣ୍ଡି, ନିତି ବ୍ୟବସ୍ଥା ପ୍ରମୁଖ ବୀରକିଶୋର ସାହୁ, ସୁରେନ୍ଦ୍ର ନାୟକ, ଦିଲ୍ଲୀପ କୁମାର ମହାନ୍ତି, ସ୍ମୃତିରଞ୍ଜନ ପଣ୍ଡା, ଶ୍ରୀମନ୍ତ ସାହୁ ଓ ୱାର୍ଡର କାଉନସିଲର ରଶ୍ମିତା ଖୁଂଟିଆ ପ୍ରମୂଖ ସାମିଲ ହୋଇଥିଲେ । ପୂଜାରେ କର୍ତ୍ତା ବିମାନ ଚରଣ ଆଏଚ ଓ ତାଙ୍କ ସହଧର୍ମିଣୀ ଯୋଗ ଦେଇ ପୁଜା କାର୍ଯ୍ୟକୁ ସମାପନ କରିଥିବା ବେଳେ ପୂଜା କାର୍ଯ୍ୟକୁ ଦିଲ୍ଲୀପ କୁମାର ମହାନ୍ତି ସହଯୋଗ କରିଥିଲେ ।