ଘରେ କଳାକନା ବୁଲାଇଲେ ଚୋର
।ା ପ୍ରଭାନୁ୍ୟଜ ।ା କପ୍ତିପଦା: କପ୍ତିପଦା ଥାନା ଅନ୍ତର୍ଗତ ତଳିଆ ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ଘରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ, ତଳିଆ ଗ୍ରାମର ବୃନ୍ଦାବନ ଦଳେଇ ଆର୍ମିରେ ଚାକିରି କରିଥିବାବେଳେ ଘରେ ଦୁଇ ପୁତ୍ର ଓ ପନôୀ ରହିଥାନ୍ତି । ତେବେ ପିଲାମାନଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ଗତ କିଛିଦିନ ହେବ ପନôୀ ଭୁବନେଶ୍ୱର ଯାଇଥିବାବେଳେ ଗତକାଲି ଆସି ଦେଖିବାକୁ ପାଇଥିଲେ ଯେ, ଘରର ମୁଖ୍ୟ ଫାଟକ ଓ ଦାଣ୍ଡ ଦୁଆର ଭଙ୍ଗାଯାଇଛି । ଏଥିସହିତ ଘରର ଗୋଦରେଜ୍ ଭାଙ୍ଗି ସେଥିରେ ଥିବା ୫୫ହଜାର ଟଙ୍କା ସହିତ ଦାମିକିଆ କମ୍ବଳ ସହିତ ଟିଭି ମଧ୍ୟ ଚୋରମାନେ ନେଇଯାଇଛନ୍ତି । ବୃନ୍ଦାବନ ଦଳେଇ ବାଲାଂଦେଶ ବର୍ଡରରେ ଦେଶ ସୁରକ୍ଷାରେ ନିୟୋଜିତ ଅଛନ୍ତି । ଏହି ଘଟଣାକୁ ନେଇ କେଶ ନଂ ୨୧୦/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।