ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା
ବନ୍ତ:-ବନ୍ତ ବ୍ଲକ, ଗଣିଜାଙ୍ଗ ପଞ୍ଚାୟତ ହାସିନିପୁର ମଙ୍ଗଳା ପଡିଆ ନିକଟରେ ନୂତନ କରି ନିର୍ମିତ ହୋଇଥିବା ମଙ୍ଗଳାଙ୍କ ବିଗ୍ରହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳା ମନ୍ଦିରର ଆଜି ଶେଷ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଘଟ ମଣ୍ଡଳ ପୂଜା, ହୋମ, ଷୋଡଶ ଉପଚାର ପୂଜା, ମନ୍ଦିର ପୂଜା, ମା’ଙ୍କ ମନ୍ଦିର ପ୍ରବେଶ ପୂଜା, ଚଣ୍ଡୀ ପୂଜା, ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମନ୍ଦିରର ଉଦ୍ୟକ୍ତା ପଣ୍ଡିତ ବିଷ୍ଣୁମୋହନ ପଣ୍ଡା ଓ ପୂଜକ ମାଧବାନନ୍ଦ ପାଣିଗ୍ରାହୀ, ଜଗନ୍ନାଥ ପାଣିଗ୍ରାହୀ, ରାମଚନ୍ଦ୍ର ପାଣିଗ୍ରାହୀ, ଅଭିମନୁ୍ୟ ପଣ୍ଡା, ପ୍ରମୁଖ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ହରିଶଙ୍କର ପଣ୍ଡା, ମଧୁସ୍ମିତା ଦାଶ, କର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ । ଏହି ଶୁଭ କାର୍ଯ୍ୟକ୍ରମରେ ଉପେନ୍ଦ୍ର ମିଶ୍ର, ଶ୍ରୀକାନ୍ତ ପଣ୍ଡା, ଭାବଗ୍ରାହୀ ପଣ୍ଡା, ସହଦେବ ପଣ୍ଡା, ଶିବ ଶଙ୍କର ପଣ୍ଡା, ଜଗନ୍ନାଥ ରାଉତ, କାହୁ ପାଢ଼ୀ, ହରିହର ରାଉତ, ନାରାୟଣ ପଣ୍ଡା ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗ ଦେଇ ମା’ଙ୍କ ଆଶିଷ କୃପା ଲାଭ କରିଥିଲେ । ଏହି ଅବସରରେ ମୂର୍ତ୍ତି କାରିଗର ଦୟାନିଧି ପ୍ରଧାନ, ମିସ୍ତ୍ରୀ ହେମନ୍ତ କୁମାର ରାଉତଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରିଶେଷରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିଲା । ପ୍ରତିଦିନ କୀର୍ତ୍ତନ ମଣ୍ଡଳୀରେ ନାରାୟଣ ବେହେରା, ପଦ୍ମାନାଭ ଗିରି, ପ୍ରଭାତ ବେହେରା, ଅର୍ଜୁନ ଖଣ୍ଡା ସମେତ ସାଥି କୀର୍ତ୍ତନ ପରିବେଷଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
