ମା’ ମାଣିକେଶ୍ୱେରୀଙ୍କ ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ 

 ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱେରୀଙ୍କ ନବାନ୍ନ ଲାଗି ନେଇ ଧାର୍ଯ୍ୟ ହେଲା ଦିନ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୁଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱେରୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳିତ ହୋଇଥାଏ ନୂଆଁଖାଇ । ଏହି ମହାନ ପରମ୍ପରା ଅବସରରେ ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଛି  । ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୮.୪୫ ଘଟିକାରୁ ୯.୫ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱେରୀଙ୍କ ଠାରେ ଲାଗି ହେବ ନବାନ୍ନ । ପରେ ସର୍ବସାଧାରଣ ଦିନ ୧୦ଘଟିକାରୁ ୧ଘଟିକା ମଧ୍ୟରେ ନୂଆଁଖାଇ ପାଳନ ନେଇ ସମୟ ଧାର୍ଯ୍ୟ ହୋଇଛି । ଏନେଇ କଳାହାଣ୍ଡି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଲଗ୍ନ ଘୋଷଣା ପରେ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇ ଉଠିଛି ।