ରାସ୍ତା ନଥିବାରୁ ୧କିମି ଚାଲିଲେ ପ୍ରସୂତ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ଘଟଣା । ଗାଁକୁ ଭଲ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗର୍ଭବତୀ ମହିଳା ୧ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଯାଇଥିବା ଜଣାପଡିଛି । ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ମେଲବାହାଲି ବଣ୍ଡେଲପଡ଼ାରୁ ଆସିଛି ଏହିଭଳି ଏକ ଅଭାବନୀୟ ଚିତ୍ର । ଗାଁର ମିଶ୍ର ମାଝୀଙ୍କ ପନôୀ କାଞ୍ଚଙ୍କ ଗର୍ଭଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଡାକିଥିଲେ । ହେଲେ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଁରୁ ଗୋଟିଏ କିଲୋମିଟର ଦୂରରେ ଅଟକି ରହିଥିଲା । ଫଳରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସତ୍ତ୍ୱେ କାଦୁଅ ପଚ ପଚ ରାସ୍ତାରେ କାଞ୍ଚଙ୍କ ସ୍ୱାମୀ ମିଶ୍ର ମାଝୀଙ୍କ ସହିତ ତାଙ୍କ ସମ୍ପର୍କୀୟ ଚାଉଳ ଦେଇ ମାଝୀ, ଦୁନ୍ଦି ମାଝୀ, ମାଳି ମାଝୀ, ଲୋଚନ ମାଝୀ ଚାଲି ଚାଲି ଆସିବା ପରେ ଆମ୍ବୁଲାନ୍ସ ସେବା ମିଳିଥିଲା । ପରେ ଆମ୍ବୁଲାନ୍ସରେ ୨୦ କିଲୋମିଟର ଦୂର ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ କେବଳ ୫ କିଲୋମୋଟ ହୋଇଥିବା ବେଳେ ବ୍ଲକ କାର୍ଯ୍ୟାଳୟ ରୁ ୩୫ କିଲୋମିଟର ଦୂରେ ରହିଛି । ତେବେ ଏହି ବ୍ଲକର ବିଭିନ୍ନ ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।