ମାଇ ଭାରତ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ
ଫୁଲବାଣୀ : କେନ୍ଦ୍ରସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଭାରତ ସରକାର ପକ୍ଷରୁ ମାଇ ଭାରତ ଫୁଲବାଣୀ ତରଫରୁ ଗୁଟିଙ୍ଗିଆ ଠାରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଟିଙ୍ଗିଆର ସ୍ୱାସ୍ଥ୍ୟ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସମିତି ସଭ୍ୟ ଅର୍ଚ୍ଚନା ଭୋଇ ବନ ବିଭାଗ ଅଧିକାରୀ ଗୁଟିଙ୍ଗିଆର ସମୀର କୁମାର ନାୟକ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଦିବସରେ ଏକ ବନ୍ଧୁତା ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଗୁଟିଙ୍ଗିଆ ଫୁଟବଲ୍ ଟିମ୍ ଓ ପାବୁରୀଅ ଫୁଟବଲ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଗୁଟିଙ୍ଗିଆ ଫୁଟବଲ୍ ଟିମ୍ ୨-୦ ଗୋଲରେ ପାବୁରିଅକ୍ଷ ଫୁଟବଲ୍ ଟିମ୍କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ରେ ଚମ୍ପିୟାନ ଓ ଉପ ବିଜେତା ଟିମ୍ କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।