ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣ, ଯବାନ ଆହତ 

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଛୋଟେଡୋଙ୍ଗର ପୁଲିସ ଷ୍ଟେସନରୁ ଜିଲ୍ଲା ପୋଲିସ ଏବଂ ଡିଆରଜିର ଏକ ମିଳିତ ଦଳ ମାଓ ଦମନ ଅଭିଯାନରେ ଥିଲେ । ଅପରେସନ୍ ସମୟରେ ତୋୟାମାତା ଏବଂ କୱାନାର ମଧ୍ୟ ଜଙ୍ଗଲରେ ମାଓବାଦୀଙ୍କ ଦ୍ୱାରା ପୂର୍ବରୁ ଖଞ୍ଜ ଯାଇଥିବା ଏକେ ଆଇଇଡି ବୋମା ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଆହତ ହୋଇଥିବା ବେଳେ ତୁରନ୍ତ ତାଙ୍କୁ ପ୍ରାଥମିକ ଚିକିସôା ଦିଆଯାଇ ଅଧିକ ଚିକିସôା ପାଇଁ ତାଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଆଇଥିବା ଜଣାପଡିଛି । ତେବେ ଅଞ୍ଚଳରେ ତଲାସି ଅଭିଯାନକୁ ଯବାନଙ୍କ ପକ୍ଷରୁ ବଢାଇ ଦିଆଯାଇଛି ।