ପୋଖରୀରେ ବୁଡ଼ି ଯୁବକ ମୃତ
ଦଶରଥପୁର : ସୋମବାର ମଧ୍ୟାହ୍ନରେ ଦଶରଥପୁର ବ୍ଲକ ଝୁମ୍ପୁରୀ ବଣିଆସାହିଗ୍ରାମର ଭାଗବତ ସାହୁଙ୍କ ପୁଅ ଶିବପ୍ରସାଦ (୪୦) ପୋଖରୀ ବୁଡ଼ି ମୃତୁ୍ୟ ବରଣ କରିଛି । ବ୍ଲକ ପାଖରେ ଥିବା ମେଡିକାଲ ନିକଟସ୍ଥ ଏକ ପୋଖରୀକୁ ଶିବ ମଧ୍ୟାହ୍ନରେ ଶୈଚ ହେବାକୁ ଯାଇଥିଲେ । ଶୈାଚ ହେବା ସମୟରେ ପୋଖରୀର ପାହାଚରୁ ଗୋଡ଼ ଖସିଯିବାରୁ ଶିବ ପୋଖରୀରେ ଥିବା ଅଥଳ ପାଣିରେ ବୁଡ଼ି ଯାଇଥିଲେ । ପହଁରା ଜାଣି ନଥିବରୁ କୂଳକୁ ଆସିବା ସମ୍ଭବ ହୋଇନଥିଲା । ଶିବ ବୁଡ଼ି ଯାଉଥିବା ସମୟ ସ୍ଥାନୀୟ ଲୋକେ ଦେଖିକି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ପୋଖରୀ ନିକଟରେ ପହଁଚି ଶିବକୁ ଉଦ୍ଧାର କରିବା ସହ ଦଶରଥପୁର ମେଡିକାଲକୁ ପଠାଇ ଥିଲେ । ଡାକ୍ତର ଶିବକୁ ମୃତ ଘୋଷଣା କରିଥିଲେ ।