ମା’କୁ ପିଟିଲା ପୁଅ
ାା ପ୍ରଭାନୁ୍ୟଜ ।ା ନୀଳଗିରି : ଧୋବଶିଳା ପଞ୍ଚାୟତର କଇଁତୋଟା ଗ୍ରାମର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମା'ର ପରକୀୟା ପ୍ରୀତିକୁ ସନେ୍ଦହ କରି ମା'କୁ ବାନ୍ଧି ମାଡ ମାରିଛି ପୁଅ । ସୂଚନା ମୁତାବକ ଉକ୍ତ ଗ୍ରାମର ପାର୍ବତୀ ସିଂ ଏବଂ ତାଙ୍କର ଜଣେ ସମ୍ପର୍କୀୟ ଭାଇକୁ ପାର୍ବତୀଙ୍କ ପୁଅ ରାଜୁ ପରକୀୟା ପ୍ରୀତି ସନେ୍ଦହ କରି ଉଭୟଙ୍କୁ ରାତି ତମାମ ବାନ୍ଧିବା ସହ ଘର ସମ୍ମୁଖ ଖୁଣ୍ଟିରେ ବାନ୍ଧି ମାଡ ମାରିଛନ୍ତି । ସକାଳ ହେବାରୁ ସ୍ଥାନୀୟ ସରପଞ୍ଚ ଦିଲ୍ଲିପ ସିଂ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚô ବୁଧାସୁଝା କରି ଉଭୟଙ୍କୁ ମୁକୁଳାଇ ଥିଲେ । ପାର୍ବତୀ ଅସୁସ୍ଥତା ଅନୁଭବ କରିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ନିଆଯାଇ ଚିକତ୍ସିତ ହେଉଥିବା ଜଣାଯାଇଛି । ଏ ନେଇ ପାର୍ବତୀ ନୀଳଗିରି ଥାନାର ଦ୍ୱାରସ୍ଥ ହେବା ପରେ ନୀଳଗିରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।