ଶାରଳା ମନ୍ଦିର ନୂତନ ପରିଚାଳନା କମିଟି ଗଠିତ
ପାରାଦୀପ: ପାରାଦୀପ ବସଷ୍ଟାଣ୍ଡ ନିକଟସ୍ଥ "ମା ଶାରଳା ମନ୍ଦିର "ର ନୂତନ ପରିଚାଳନା କମିଟି ରବିବାର ପୂର୍ବାହ୍ନରେ ଗଠିତ ହୋଇଛି । ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ସାହୁଙ୍କ ଆବାହକତ୍ୱ ଓ ହରେକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମନ୍ଦିର ସୁପରିଚାଳନା ପାଇଁ ସର୍ବସମ୍ମତି କ୍ରମେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ସଭାପତି ଭାବେ ଅମରେଶ ରାଉତରାୟ, ଉପସଭାପତି ଭାବେ ଅରୁଣ କୁମାର ଲେଙ୍କା, ମନୋଜ ମହାନ୍ତି, ସାଧାରଣ ସମ୍ପାଦକ ଭାବେ ସରୋଜ କୁମାର ନାଥ, ସହ ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର ମନୋନୀତ ହୋଇଥିବା ଜଣା ପଡ଼ିଛି । ସେହିଭଳି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର, ମାନସ ବିଶ୍ୱାଳ, ନିରଞ୍ଜନ ପାତ୍ର, କୃଷ୍ଣ ଚରଣ ବିଶ୍ୱାଳ, ତାପସ ପରିଜା, ରନôାକର ସ୍ୱାଇଁ ଓ ଧୂଳେଶ୍ୱର ମଲ୍ଲିକ ମନୋନୀତ ହୋଇଛନ୍ତି । ଏହି ବୈଠକରେ କମିଟିର ଉପଦେଷ୍ଟା ଅନ୍ତର୍ଯ୍ୟାମୀ ସାହୁ, ପ୍ରହଲ୍ଲାଦ ସାହୁ, ନରେନ୍ଦ୍ର ପରିଡା, ଗଗନ ବିହାରୀ ସାହୁ, ବରିଷ୍ଠ ସଦସ୍ୟ ଆଇନଜୀବୀ କୈଳାସ ଚନ୍ଦ୍ର ସାହୁ, ଶଶାଙ୍କ ଶେଖର ଆଚାର୍ଯ୍ୟ, ଅୟସକାନ୍ତ ସାମଲ, ପ୍ରଭାସ କୁମାର ଦାସ, ସଦାନନ୍ଦ ମଲ୍ଲିକ, ସନ୍ତୋଷ ଭାରତୀ, ମୁରଲୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ପରିଚାଳନାରେ ସୁଧାର ଆଣିବା ସହିତ ମନ୍ଦିରର ନୀତିକାନ୍ତି ଆଦି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ ।