ସେଣ୍ଟ୍ ଜାଭିୟର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

 ଅନୁଗୁଳ: ସେଣ୍ଟ୍ ଜାଭିୟର ହାଇସ୍କୁଲ୍ କ୍ରୀଡ଼ା ମହୋତ୍ସବ ୨୦୨୫ କଦମ୍ବ ଖେଳ ପଡିଆରେ ପାଳିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଓ ଅନୁଗୁଳ କ୍ରିକେଟ ଆସୋସିଏସନର ଜେନେରାଲ୍ ସେକ୍ରେଟାରୀ ସାଗରନାଥ ମିଶ୍ର ସମ୍ମାନୀୟଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ପ୍ରଧାନ ସ୍କୁଲର ସମସ୍ତ କାର୍ଯ୍ୟରେ ଜଡିତ ହେବାର ପ୍ରତିଶ୍ରୁତି ଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସ୍କୁଲ ଚେୟାରମ୍ୟାନ୍ କୁଲଦୀପ ରଥ ଛାତ୍ରଛାତ୍ରୀଙ୍କୁ ବିଦ୍ୟା ଅର୍ଜନ କରିବା ସହିତ କ୍ରୀଡା ଦିଗରେ ଆଗ୍ରହ ପ୍ରକାଶ କରିବା ଉଚିତ୍ ବୋଲି କହିଥିଲେ । ବିଧାୟକଙ୍କ ଶୁଭେଚ୍ଛା ଓ ମାର୍ଗଦର୍ଶନ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଯାପନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀକାନ୍ତ କୁମାର ସାହୁ ଏବଂ ଆଡିସନାଲ୍ ଟ୍ରେଜେରୀ ଅଫିସର୍ ହରିହର ନାୟକ, ସ୍କୁଲ୍ ଚେୟାରମ୍ୟାନ କୁଲଦୀପ ରଥ ମିଳିତ ଉପସ୍ଥିତିରେ କ୍ରୀଟାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ସ୍କୁଲ ପ୍ରିନ୍ସିପାଲ୍ ପ୍ରସନ୍ନ କୁମାର ଦାସ, ଶୁଭାକାଂକ୍ଷୀ ସ୍ମିତା ପଟ୍ଟନାୟକ ଏବଂ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ପ୍ରମୁଖ ପରିଚାଳନା କରିଥିଲେ ।