ମାନବିକ ଅଧିକାର ଦିବସ ପାଳିତ

ଯାଜପୁର ଟାଉନ୍: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଞ୍ଚଳିକ କଲେଜ ସୁଜନପୁର ପରିସରରେ ମାନବିକ ଅଧିକାର ଦିବସ ପାଳନ ହୋଇଯାଇଛି । ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିଦେ୍ର୍ଦଶ କ୍ରମେ ପ୍ରାଧିକରଣର ସଚୀବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାଦକ ଦ୍ରବ୍ୟ ସେବନ ଭୟାବହତା ବିଷୟରେ ବକ୍ତୃତା ପ୍ରତିଯୋଗୀତା ହୋଇଥିଲା । ଅତିଥି ଆଲୋଚକ ଭାବେ ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତା ଡ. ରୁଦ୍ରନାରାୟଣ ପୃଷ୍ଟି, କିଶୋର ନ୍ୟାୟ ପରିଷଦର ସଦସ୍ୟା ରୀତା ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଯୋଗ ଦେଇ ମାନବିକ ଅଧିକାର ଦିବସର ମହତ୍ୱ ସହିତ ଶିଶୁ କିଶୋର ଠୁ ଆରମ୍ଭ କରି ସମାଜରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଅଧିକାର ତା'ର ପରିପୂରଣ ବିଷୟରେ ବର୍ଣ୍ଣନା କରିଥିଲେ । କଲେଜ ଅଧ୍ୟକ୍ଷ ସୀମନ୍ତଭାନୁ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ଅଧ୍ୟାପକ ସନ୍ତୋଷ ପରିଡା ଅତିଥି ପରିଚୟ ପ୍ରଦାନ, ଅଧ୍ୟାପକ ବିଜୟ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ବକ୍ତୃତା ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜନ କରିଥିବା ଗୀତାଞ୍ଜଳି ମିଶ୍ର, ସମୀର ଦାସ ଓ ସଂଘମିତ୍ରା ଦାସଙ୍କୁ ପ୍ରାଧିକରଣ ପକ୍ଷରୁ ପୁରସ୍କୃତ କରାଯାଇଥିଲା ପ୍ରାଧିକରଣର କର୍ମଚାରୀ ଓ କଲେଜ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ ।