ମାନସିକ ସ୍ୱାସ୍ଥ୍ୟ ସଂକ୍ରାତୀୟ ସଚେତନତା

କେନ୍ଦ୍ରାପଡା: କେନ୍ଦ୍ରାପଡା ତୁଳସୀ ମହିଳା ମହା କଲେଜରେ ଟେଲି ମାନସ ଏବଂ ମେଣ୍ଟାଲ ହେଲଥ୍ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ମଥୁରୀ ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଛାତ୍ରଛାତ୍ରୀ କିପରି ମାନସିକ ଭାବେ ସୁସ୍ଥ ରହିବେ ଅଧ୍ୟକ୍ଷ ଶ୍ରୀ ନାୟକ ଭଗବତ ଗୀତାର ଉଦାହରଣ ମାଧ୍ୟମରେ ସାର ଗର୍ଭକ ଉପଦେଶ ପ୍ରଦାନ କରିଥିଲେ । ଷ୍ଟୁଡେଣ୍ଟ ସଭିର୍ସ ସେଣ୍ଟର ସଂଯୋଜିକା ଅଧ୍ୟାପିକା ଡ. ସୁଜାତା ଭଟ୍ଟ ଟେଲି ମାନସ ଆପ୍ର ଲକ୍ଷ୍ୟ ଏବଂ ଉଦେ୍ଦଶ୍ୟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମହା ବିଦ୍ୟାଳୟର ପ୍ରଶାସନିକ ଅଧିକାରିଣୀ ପ୍ରାଧ୍ୟାପିକା ସବିତା ଦାସ ଷ୍ଟୁଡେଣ୍ଟ ସଭିର୍ସ ସେଣ୍ଟର ମାଧ୍ୟମରେ ପିଲାମାନେ କିପରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଡ. ମମତା ସାହୁ ଚାପ ମୁକ୍ତ ହୋଇ ଧର୍ଯ୍ୟ ଧାରଣ ପୂର୍ବକ ପିଲାମାନେ କିପରି ମାନସିକ ଭାବେ ନିଜ ଜୀବନ ବିତାଇ ପାରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅଧ୍ୟାପିକା ବନ୍ୟା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।