ମା’ମଙ୍ଗଳା ଯଜ୍ଞ ମହୋତ୍ସବ

ବ୍ୟାସନଗର : ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ଗ୍ରାମରେ ୧୩ତମ ମା’ମଙ୍ଗଳା ମହୋତ୍ସବଆରମ୍ଭ ହୋଇଛି । ହରି ଗୋସାଇଁ ସମ୍ପର୍କ ସ୍ୱେଛାସେବୀ ସଙ୍ଗଠନ ଏବଂ ଭିକିପୁର ଗ୍ରାମବାସୀଙ୍କ ମିଳିତ ଆନୂକୁଲ୍ୟରେ ଆରମ୍ଭ ଯଜ୍ଞ ମହୋତ୍ସବ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରବିବାର ଅଙ୍କୁରାରୋପଣ, ଶୁଭାଧିବାସ ଏବଂ ନାମ ସଂକୀର୍ତ୍ତନ, ସୋମବାର ପ୍ରାତଃ ସମୟରେ ୧୦୮କଳସଧାରୀ ଶ୍ରଦ୍ଧାଳୁ ମା ମାନେ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରାଯିବା ସହିତ କୁଣ୍ଡମଣ୍ଡଳ କାର୍ଯ୍ୟ ଏବଂ ଯଜ୍ଞାରମ୍ଭ କରଯାଇଥିଲା । ସୋମବାର କଳସ ଯାତ୍ରାରେ ଗ୍ରାମର ୧୦୮ଶ୍ରଦ୍ଧାଳୁ ମାତୃଦେବୀ କଳସ ଧରି ଗ୍ରାମ ପରିକ୍ରମା କରିବା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସୋମବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୀ ଜିଲା ଗୋପ୍ ଅଂଚଳର ସୁନାମଧନ୍ୟ ପ୍ରବଚକ ସନ୍ତୋଷ  କୁମାର ସାହୁ ପ୍ରବଚନ ଦେଇଥିଲେ । 
ମଙ୍ଗଳବାର ବେଦଜ୍ଞ ପଣ୍ଡିତ ରାଜକିଶୋର ରଥ ଶର୍ମା ଏବଂ ତାଙ୍କ ବ୍ରାହ୍ମଣମଣ୍ଡଳି ଦ୍ୱାରା ସକାଳ ସମୟରେ ଗୋ ପୂଜା,ସୂର୍ଯ୍ୟପୂଜା,ଚଣ୍ଡିପାଠ,ବେଦପାଠ,ହୋମ କାର୍ଯ୍ୟ କରାଯିବା ପରେ ସନ୍ଧ୍ୟା ୬ଘଟିକାରେ ମାଆଙ୍କ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ହୋଇଥିଲା । ଏହା ସହିତ ସନ୍ଧ୍ୟା ସମୟରେସାଂସ୍କୃତିକ କାର୍ଯ୍ୟକ୍ରମ ଦଧୀବାମନ ଜୀଉ ଭଜନ ସନ୍ଧ୍ୟା ଲକ୍ଷ୍ମୀନଗର ତରଫରୁ ପରିବେଷଣ କରାଯିବା ସହିତ ଏହି କାର୍ଯ୍ୟକ୍ରମରେ ଓଲିଉଡର ସୁନାମଧନ୍ୟା କଣ୍ଠଶିଳ୍ପୀ ଦିପ୍ତିମୟୀ ଦାସ ଯୋଗଦାନ କରିଥିଲେ । ବୁଧବାର ଚଣ୍ଡିଖୋଲର ପତିତପାବନ କଳାପରିଷଦ,୮ତାରିଖ ଗୁରୁବାର କେନ୍ଦ୍ୁଝରର ନିର୍ଭୟା କଳାବିକାଶ କେନ୍ଦ୍ର,୯ ତାରିଖ ଶୁକ୍ରବାର ଭିକିପୁରର ମା ମଙ୍ଗଳା ଡ୍ୟାନ୍ସ ଗ୍ରୃପ ଏବଂ ୧୦ ତାରିଖ ଶନିବାର ଶଙ୍ଖଚିଲାର ହିଙ୍ଗୁଳା ଡ୍ୟାନ୍ସ ଗ୍ରୁପ ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟାରେ ମାଙ୍କ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ  କରିବେ ।