କମୁ୍ୟନିଷ୍ଠ ପାର୍ଟିର ଜିଲାସ୍ତରୀୟ ବୈଠକ
ପାଣିକୋଇଲି: ଭାରତୀୟ କମୃୁନିଷ୍ଠ ପାର୍ଟିର ଜିଲାସ୍ତରୀୟ ବୈଠକ ଆଇନଜୀବୀ ଆଭାମୟୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, ଜିଲା ସମ୍ପାଦକ ଇଶ୍ୱର ପରିଡ଼ା ଯୋଗଦେଇ ସଙ୍ଗଠନର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ପାର୍ଟି ପକ୍ଷରୁ ବିଗତ ବର୍ଷ ତଥା ପୂର୍ବ ସରକାର ଅମଳରେ ରାଜ୍ୟରେ କୃଷକ ମାରଣ ନିତିକୁ ବିରୋଧ କରାଯିବା ସହିତ ଚାଷୀଙ୍କ ନିକଟରୁ ଧାନକିଣା ବେଳେ ଯଦି କଟନୀ ଛଟନୀ ବନ୍ଦ କରିବାକୁ ପ୍ରଶାସନକୁ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ରାଜ୍ୟ ପରିଷଦର ସଭ୍ୟ ମଳୟ ପଣ୍ଡା, ବଡ଼ଚଣା ଜୋନ ସମ୍ପାଦକ ଅଜୟ ବିଶ୍ୱାଳ, ଜିଲା ସହସମ୍ପାଦକ ଅଜୟ ପଣ୍ଡା, ନିର୍ମାଣ ଶ୍ରମିକ ନେତା ରଂଜନ କୁମାର ଜେନା, ଜିଲା ପରିଷଦ ସଦସ୍ୟ ରାଧେଶ୍ୟାମ ରାଉତ, ସୁଙ୍ଗଡ଼ା ପାର୍ଟି ସମ୍ପାଦକ ଭଗବାନ ପଣ୍ଡା, ଯୁବସଂଘ ନେତା ସୁରେନ୍ଦ୍ର ମଲ୍ଲିକ, ଶିକ୍ଷକ ନେତା ଦୁର୍ଯେ୍ୟାଧନ ବାରିକ, ଆଲୋକ ମହାନ୍ତି, ମହିଳା ସମିତି ନେତ୍ରୀ ହେମଲତା ଜେନା, ଜାହ୍ନବୀ ସେଠୀ ପ୍ରମୁଖ ଯେଗଦେଇ ପାଟିର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ ।