ମିଳିତ ଜନ ଶୁଣାଣି ଶିବିରରେ ୯୭ ଅଭିଯୋଗ:] ତ୍ୱରିତ ସେବା ପ୍ରଦାନ ଉପରେ ଜିଲାପାଳଙ୍କ ଗୁରୁତ୍ୱ

 ଭଣ୍ଡାରିପୋଖରୀ/ଭଦ୍ରକ : ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ମୁଖ୍ୟ ଚିକିସôାଧିକାରୀ ଡ଼ା ସୁଧାଂଶୁ ଶେଖର ବଳ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର କରୁଣାକର ଧିନ୍ଦା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୯୭ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୮୧ ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୧୪ଟି ସାମୁହିକ ସ୍ୱାର୍ଥ ସମ୍ବଳିତ ଅଭିଯୋଗ ଥିଲା । ଏହି ଶିବିରରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ଜଣ ହିତାଧିକାରୀଙ୍କୁ ମୋଟ ୧୫୦୦୦ ଟଙ୍କା ଅନୁଦାନ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯକ୍ଷଇଥିଲା । ଏହି ଅବସରରେ ଜିଲାପାଳ ଶ୍ରୀ ରାଉତରାୟ ରାଜ୍ୟ ସରକାରଙ୍କ ଏକବର୍ଷ ଶାସନ କାଳ ପୂରିବାକୁ ଯାଉଥିବାରୁ ଓ ସରକାର ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିବାରୁ ସମସ୍ତ ଅଧିକାରୀମାନେ ଏଥିପ୍ରତି ସଚେତନ ରହି ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।