ମିଶନ ଆଶ୍ରାରୁ ଯୁବତୀ ଲାପତା; ଅପହରଣ ସନେ୍ଦହରେ ୩ ଅଟକ
ସୁକିନ୍ଦା: ଜିଲା ଖଣିଜ ପାଣ୍ଠିରେ ପରିଚାଳିତ ସୁକିନ୍ଦାର ମିଶନଆଶ୍ରାରେ ଆଶ୍ରିତ ଜନୈକା ମାନସିକ ବିକାରଗ୍ରସ୍ତ ଯୁବତ ଲାପତା ହୋଇଥିବା ବେଳେ ସ୍ଥାନୀୟ ପୁଲିସ ଅପହରଣ ସନେ୍ଦହରେ ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଅଟକ ଯୁବକ ଶାସକ ଦଳର ଦୃଢ ସମର୍ଥକ ହୋଇଥିବାରୁ ଏହା ପୁଲିସକୁ ଅକଳରେ ପକାଇ ଦେଇଛି । ଲାପତା ଯବତୀକୁ ଠାବ କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଦେଇଥିଲେ ହେଁ ସନ୍ଧାନ ମିଳିପାରିନି । ହେଲେ ମିଶନ ଆଶ୍ରାର ଅଭିଯୋଗରେ ଯୁବତୀ ନିଖୋଜ ମାମଲା ରୁୂଜୁ କରିଥିଲେ ହେଁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ହେଲେ ମାମଲା ସଂପର୍କରେ ପୁଲିିସ କିଛି କହିବାକୁ ଏକ ପ୍ରକାର ଅରାଜିଥିବାରୁ ଯୁବତୀ ନିଖୋଜ ଘଟଣା ପଛର ରହସ୍ୟକୁ ନେଇ ଟୁପୁୁରୁଟାପର ଆରମ୍ଭ ହୋଇଯାଇଛି । ଖବର ମତେ ଖଣିଜ ପାଣ୍ଠି ପରିଚାଳିତ ମିଶନ ଆଶ୍ରାରେ ଆଶ୍ରୟ ନେଇଥିଲେ ଜଣେ ମାନସିକ ବିକାରଗସ୍ତ ଯୁବତୀ । ଗଲା ଶନିବାର ଯୁବତୀ ଜଣ ପାଚେରୀ ନେଇଁ ଚମ୍ପଟ ମାରିଥିବା ନେଇ କର୍ତୁପକ୍ଷ ଥାନାରେ ଅବଗତ କରିଥିଲେ । ପୁଲିସ ଉକ୍ତ ଆଧାରରେ ମାମଲା ରୁଜୁ କରିଥିଲେ ହେଁ ବ୍ଲକ ରାସ୍ତାର କେଇଜଣ ଯୁବକ ଯୁବତୀକୁ ବାଇକରେ ପସାଇ ନେଇଥିବା କଥା ପୁଲିସକୁ ଖବର ମିଳିଥିଲା । ତଦନ୍ତ ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା । ଖୋଳତାଡ଼ ପରେ ପୁଲିସ ୩ଜଣଙ୍କୁ ଉଠାଇ ଆଣିଥିଲା । ସେମାନଙ୍କ ଠାରୁ କିଛି ସୂଚନା ପ୍ରାପ୍ତ କରିଥିବା କୁହାଯାଉଥିଲେ ହେଁ ଏନେଇ ପୁଲିସ କିଛି କହିନଥିଲେ ହେଁ ତନାଘନା ଜାରି ରଖିଛି ।