ମିଶନ ଆଶ୍ରାରେ ଅପରିଚିତାଙ୍କ ମୃତୁ୍ୟ ଚିହ୍ନଟ ପାଇଁ ଶବ ରଖିଲା ପୁଲିସ

 ସୁକିନ୍ଦା: ପାଣିକୋଇଲି ଅଂଚଳରୁ ଉଦ୍ଧାର ହୋଇ ସୁକିନ୍ଦାର ମିଶନ ଆଶ୍ରାରେ ଆଶି୍ରତ ଜନୈକା ଅପରିଚିତାଙ୍କ ପରଲୋକ ଘଟିଥିବା ବେଳେ ପୁଲିସ ଚିହ୍ନଟ ପାଇଁ ଶବକୁ ନେଇଛି । ମିଶନ ଆଶ୍ରା ପକ୍ଷରୁ ସଂପୃକ୍ତା ମହିଳାଙ୍କୁ ଗତ ଅଗଷ୍ଟ ୨୭ତାରିଖରେ ପାଣିକୋଇଲି ଅଂଚଳରୁ ଉଦ୍ଧାର କରାଯାଇ ରଖାଯାଇଥିଲା । ସଂପୃକ୍ତ ମହିଳା ନିଜର ନାମ ମାଳତୀ ସାହୁ ବୋଲି କହିବା ଛଡ଼ା ପରିଚୟ ପ୍ରକାଶ କରିପାରିନଥିଲେ ।  ବୁଧବାର ମହିଳା ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ମିଶନ ଆଶ୍ରାର କର୍ମଚାରୀ ସଂପୃକ୍ତ ମହିଳାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିବା ସହ ସୁକିନ୍ଦା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମୃତଦେହ ଜବତ କରି ୮/୨୦୨୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତା ମହିଳାଙ୍କ ପରିଚୟ ମିଳିନଥିବା କାରଣରୁ ଦାନଗଦୀ ଡ଼ାକ୍ତରଖାନାରେ ମୃତଦେହ ରଖାଯାଇଛି । ତିନିଦିନ ଭିତରେ ପରିଚୟ ନମିଳିଲେ ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସଂପନ୍ନ କରାଯିବ ।