ସ୍ଥାୟୀ ନିଯୁକ୍ତି ଦାବିରେ ଜୀବିକା ମିଶନ ସଦସ୍ୟଙ୍କ ବିକ୍ଷୋଭ

 ଛତ୍ରପୁର:  ଗତ ୨୫ ବର୍ଷ ଧରି ଜୀବିକା ମିଶନ ଓ ୧୧ ବର୍ଷ ଧରି ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଲକ୍ଷାଧିକ ଇସି ସଦସ୍ୟଙ୍କୁ ମୋହନ ସରକାର ରିଷ୍ଟ୍ରକ୍ଚରିଙ୍ଗ୍ ନାମରେ ଛଟେଇ କରିବା ଯୋଜନା ପ୍ରତିବାଦରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ହଜାର ହଜାର ଇସି ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହିତ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ ପୃଷ୍ଟିଙ୍କୁ ପ୍ରଦାନ କରିଥିଲେ । ବିକ୍ଷୋଭ ପୂର୍ବରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଛତ୍ରପୁର ନୂଆ ବସଷ୍ଟାଣ୍ଡରୁ ବାହାରି ଠାରୁ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôଥିଲା । ସେଠାରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଜିଲ୍ଲା ସଭାପତି ଧନୀ ରାଣୀ ବିଶୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ସଂଘର ଜିଲ୍ଲା ସମ୍ପାଦକ ଶୈଳବାଳା ରଥ ୧୦ଦଫା ସମ୍ବଳିତ ଦାବି ପତ୍ର ପାଠ କରି ଇସି ରିଷ୍ଟ୍ରକ୍ଚରିଙ୍ଗ୍ ବନ୍ଦ ପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁ ରହିବାର ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ରାଜ୍ୟ ସଭାପତି ତଥା ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଉଦ୍ବୋଧନ ଦେଇ ଗତ ୨୫ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସ୍ୱରୋଜଗାର ଯୋଜନା ଓ ୨୦୧୧ମସିହାଠାରୁ ଏନ୍ଆରଏଲ୍ଏମ୍ କେନ୍ଦ୍ରୀୟ ସ୍କିମ ଅଧିନରେ ଓଡ଼ିଶାର ମିଶନ ଶକ୍ତି ବିଭାଗ ମାଧ୍ୟମରେ ନିଯୁକ୍ତି ପାଇ ରାଜ୍ୟରେ ୬ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ଜୀବିକା ଅର୍ଜନର ରାହା ଦେଖାଇଛନ୍ତି । ଏମାନେ ୨୦୧୯ପର୍ଯ୍ୟନ୍ତ ବିନା ଉତ୍ତାରେ କାର୍ଯ୍ୟ କରି ଆସିଥିବାବେଳେ ୨୦୧୯ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଭିତ୍ତିରେ ୨୦୨୨ମସିହାରୁ ମାସିକ ହଜାରେ ଟଙ୍କା ହାରରେ ଏବଂ ୨୦୨୪ ମାର୍ଚ୍ଚରୁ ମାସିକ ଦେଢ଼ ହଜାର ଟଙ୍କା ହାରରେ ଧାର୍ଯ୍ୟ ଗତ ଭତ୍ତା ପାଉଛନ୍ତି । ବିଧାନସଭା ନିର୍ବାଚନରେ ରାଜ୍ୟର ସରକାର ପରିବର୍ତ୍ତନ ହେଲା । ନୂଆ ସରକାର ୨୦୨୫ ନୂଆବର୍ଷରେ ରାଜ୍ୟର ଏହି ଲକ୍ଷାଧିକ କାର୍ଯ୍ୟରତ କର୍ମଜୀବୀ ମହିଳା ଇସି ସଦସ୍ୟଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ କାର୍ଯ୍ୟରୁ ବାହାର କରିବା ନିଷ୍ପତ୍ତିକୁ କଡ଼ା ନିନ୍ଦା କରିବା ସହ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର କରି ଏହି କାର୍ଯ୍ୟରତ ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସେପ୍ଟେମ୍ବର ମାସରୁ ବକେୟା ଭତ୍ତା ପ୍ରଦାନ, ଇପିଏଫ୍ ଏବଂ ଇଏସ୍ଆଇ ସମେତ ସାମାଜିକ ନିରାପତ୍ତା ପ୍ରଦାନ, କାର୍ଯ୍ୟକାଳର ବୟସ ସୀମା ୬୫ବର୍ଷକୁ ବୃଦ୍ଧି ଇତ୍ୟାଦି ସହ ମିଶନ ଶକ୍ତି ପରିବାରରେ କାର୍ଯ୍ୟରତ ସିଆରପି ଓ ଏମବିକେ ସମେତ କମୁ୍ୟନିଟି ସପୋର୍ଟ ଷ୍ଟାଫଙ୍କ ବର୍ଷାଧିକ କାଳର ବକେୟା ଭତ୍ତା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ଏହି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ଦାବିରେ ଆସନ୍ତା ୧୩ଫେବୃଆରୀରୁ ବିଧାନସଭାର ବଜେଟ ଅଧିବେଶନ ସମୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ପାଇଁ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ଆହ୍ୱାନ ଦେଇଛି । ଏହି ଦାବି ପାଇଁ ସମସ୍ତ ଇସି ୧୨ତାରିଖ ରାତିରୁ ଭୁବନେଶ୍ୱର ଯାତ୍ରା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ ସଂଘର ସାଗରିକା ବେହେରା, କେ କମଳା କୁମାରୀ ରେଡ୍ଡୀ, ବନିତା ମହାନ୍ତି, ଏସ୍ ସାରଦା ଦୋରା, ଅମୂଲ୍ୟ ମଲ୍ଲିକ, ପୂର୍ଣ୍ଣିମା ସ୍ୱାଇଁ, କେ. ଉର୍ମିଳା ପାତ୍ର, ବିଦୁ୍ୟତ ପ୍ରଭା ଦାଶ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ, ଅଳକ ନାଥ ମିଶ୍ର, ଜନାର୍ଦ୍ଦନ ରେଡ୍ଡୀ, ସଂଘର କେ ଉର୍ମିଳା ପାତ୍ର, ସବିତା ପ୍ରଧାନ, ମମତା ପାତ୍ର, ଗୀତାଞ୍ଜଳୀ ପଣ୍ଡା, ରୀତାଞ୍ଜଳୀ ଭୁୟାଁ, ରାମେଶ୍ୱରୀ ବିଶ୍ୱାଳ, ଗୀତା ପଟ୍ଟନାୟକ, ଶିଳ୍ପା ମହାନ୍ତି, ସୁନିତା ବାଡତିଆ, ସେଲିନା କଲପ୍ପାର, ଜାହ୍ନବୀ ବେହେରା, ସବିତା ପ୍ରଧାନ, ଗାୟତ୍ରୀ ପାତ୍ର, ସରୋଜିନୀ ପରିଡ଼ା, କମଳା ଦାଶ, ସୌଦାମିନୀ ଭୁଲି, ନୀଳାନ୍ଦ୍ରୀ ମହାପାତ୍ର, ଏସ୍ ସାରଦା ଦୋରା, ଆଶାରାଣୀ ସାହୁ, ଗୀତାଞ୍ଜଳୀ ବିଶୋୟୀ, ଝିଲ୍ଲି ସାହୁ, କେ କମଳା କୁମାରୀ ରେଡ୍ଡୀ, ପ୍ରଣତୀ ସାହୁ, ରେବତୀ ମୋହନ ପେନ୍ଥା, ହେମବତୀ ପଣ୍ଡା, ସସ୍ମିତା ଦାଶ, ବନିତା ମହାନ୍ତି, ମୋହିନୀ ନାୟକ, ମମତା ପ୍ରଧାନ, ପୁଷ୍ପା ରେଡ୍ଡୀ, ରାଧା ନାହାକ, ବବିତା ବେହେରା, ପ୍ରତିମା ମହାରଣା, ଭାଗ୍ୟ ଲକ୍ଷ୍ମୀ ସାହୁ, ବିରଞ୍ଚିନୀ ପଣ୍ଡା ଓ ବିଦେଶିନୀ ପାତ୍ର ପ୍ରମୁଖ ଯୋଗ ଉଦ୍ବୋଧନ ଦେଇ ସରକାର ତୁରନ୍ତ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ବନ୍ଦ କରି ସ୍ଥାୟୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି ।