ଜିଲ୍ଲାରେ ହାତୀ ଆତଙ୍କ: ପାଦତଳେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ଖୋର୍ଦ୍ଧା : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ହତୀ ଆତଙ୍କ ବଢିବାରେ ଲାଗିଛି । ଧାନ ରୁଆ ଠାରୁ ଜିଲ୍ଲାରେ ହାତୀ ଆତଙ୍କ ଆରମ୍ଭ ହୋଇ ଅମଳ ଶେଷ ପର୍ଯ୍ୟନ୍ତ ରହୁଥିବା ବେଳେ, ଅନେକ ଚାଷୀଙ୍କ ପେଟରେ ଲାତ ମାରୁଛନ୍ତି ଜଙ୍ଗଲୀ ହାତୀ । ଏହି ସମୟ ମଧ୍ୟରେ ଜିଲ୍ଲାରେ ହାତୀ ଓ ମଣିଷ ଲଢେଇ ଚାଲୁ ରହିବା ସହିତ ଏହା ମଧ୍ୟରେ ହାତୀ ଓ ମନୁଷ୍ୟଙ୍କ ଜୀବନ ଯାଉଛି । ଯାହାକି ଚିତ ବର୍ଷ ମଧ୍ୟ ଆରମ୍ଭ ହୋଇଯାଇ ଥିବା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଦେଉଳି ଗ୍ରାମର କେଳୁ ପରିଡା, ଗୟାଧର ବାଲିଆରସିଂ ଓ ଗୌରାଙ୍ଗ ମ ।ଣିଆ ନିଜ ଜମିରେ ଜହ୍ନି, କାକୁଡି, ବାଇଗଣ, କଲରା, କୋବି ଆଦି ପନିପରିବା ଚାଷ କରିଥିବା ବେଳେ ସେହି ଗ୍ରାମର ମନୋରଞ୍ଜନ ମାଣିଆଙ୍କ ସହ ବହୁ ଚାଷୀଙ୍କ ଧାନ ଫସଲ କାର୍ଯ୍ୟ ସାରି ଦେଇଛନ୍ତି । ଚଳିତ ବର୍ଷ ଫସଲ ଭଲ ହେବ ବୋଲି ଚିନ୍ତା କରି ସାରା ପିଡିଆ ଆଦି କ୍ଷେତରେ ପକାଇ ନିଶ୍ଚିନ୍ତରେ ରହିଥିବା ବେଳେ ହାତୀ ପାଲା ଜମିରେ ପଶି ଖେତ ଓ ଫସଲ ନଷ୍ଟ କରିଥିବା ଦେଖିବା ପରେ ଏବେ ଚିନ୍ତାରେ । ଯାହାକୁ ସୋମବାର ସକାଳୁ ଦେଖିବାପରେ ହତାଶ ହୋଇଛନ୍ତି ଚାଷୀ କୂଳ । ତେବେ ଜିଲ୍ଲାରେ ପ୍ରତିବର୍ଷ ଏହି ସମୟରେ ହାତୀଙ୍କ ଆତଙ୍କ ସୃଷ୍ଟି ହେଉଥିବା ବେଳେ ଚାଷୀ ସଂଗଠନ ବନବିଭାଗ ଓ ଜିଲ୍ଲାପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁପହଲା ମିଳୁନଥିବାରୁ ଅସନ୍ତୁଷ୍ଟତା ପ୍ରକାଶ କରିଛନ୍ତି ଜ୍ଝ ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରି ବଞ୍ଚୁ ଥିବା ବେଳେ ସରକାର ହୁଅନ୍ତି କି ଜିଲ୍ଲାପ୍ରଶାସନ ଚାଷୀଙ୍କ ପ୍ରତି ଆନ୍ତରିକତା ନରଖିବା ହେତୁ ଆଜି ଚାଷୀକୁଳକୁ ଏହିପରି ସମସ୍ୟାର ସମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ଆଣୁଛନ୍ତି । ଆଖି ଆଗରେ ଚାଷୀଙ୍କ ପରିଶ୍ରମ ଫସଲ ହାତୀ ଓ ବାରହା ପ୍ରତିବର୍ଷ ନଷ୍ଟ କରୁଥିବା ବେଳେ ଏହାର ପ୍ରତିକାର ଚିନ୍ତା ନା ସରକାର କଲେ କି ଜିଲ୍ଲାପ୍ରଶାସନ ଓ ବନବିଭାଗ କରିବା ପାଇଁ ଆନ୍ତରିକତା ରଖିଲେ । ବାରମ୍ବାର ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦୃଷ୍ଟିଗୋଚର କଲେ ମଧ୍ୟ ସୁଫଳ ମିଳୁନି । ଏପରିକି ଏହି ଅଂଚଳର ଚାଷୀ କୂଳ ପରିଡାଙ୍କ ପନôୀ ରେଖା କାଜୁ ସଂଗ୍ରହ ସମୟରେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ମେଡିକାଲରୁ ଫେରି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ । ଏବଂ ନିଜର ଓ ନିଜ ପରିବାରର ଆର୍ଥିକ ସମସ୍ୟା ସଂଙ୍କଟ ରହିଥିବା ବେଳେ ତାଙ୍କର ଏକ ମାତ୍ର ବଂଚିବାର ପାଠ ହେଉଛି ଚାଷ । ତଥାପି ଜିଲ୍ଲାପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ସୁଫଳପ୍ରଦାନ କରିପାରିଲେ ନାହିଁ । ଯାହାକୁ ନେଇ ଚାଷୀ ସଂଗଠନ ପକ୍ଷରୁ ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷତି ସହୁଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ବନ୍ୟଜନ୍ତୁଙ୍କ ଦ୍ୱାରା ଆହତ ହେଉଥିବା ପରିବାରକୁ ମଧ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ଚାଷୀଙ୍କ ଅଭିଯୋଗକୁ ସରକାର ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚାଷୀକୂଳଙ୍କୁ ହିତରେ କାର୍ଯ୍ୟ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।